କନକ ବ୍ୟୁରୋ : ପୁଣି ଥରେ କଂଗ୍ରେସ ପାଇଁ ଅଡୁଆ ବଢାଇଛି ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା । ଏହି ମାମଲାରେ ଏବେ ପୁଣି ଆକ୍ସନମୋଡକୁ ଆସିଛି ସିବିଆଇ । ସିବିଆଇ ତରଫରୁ ଆଜି କଂଗ୍ରେସର ବରିଷ୍ଠ ନେତା ଜଗଦିଶ୍ ଟାଇଟଲରଙ୍କ ଭଏସ ସାମ୍ପୁଲ ନେଇଛି । ଏନେଇ ସିବିଆଇ ତରଫରୁ ସିଏଫଏସଏଲ ଲ୍ୟାବରେ ଟାଇଟଲରଙ୍କ ଭଏସ ସାମ୍ପୁଲ କଲେକସନ କରିଛି । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ରହିଛି କି ଯେଉଁମାନେ ଶିଖମାନଙ୍କ ବିରୋଧରେ ଦଙ୍ଗା କରୁଥିଲେ ସେମାନଙ୍କର ନେତୃତ୍ୱ ନେଉଥିଲେ ଟାଇଟଲର ।

Advertisment

ଜଣେ ଅଧିକାରୀଙ୍କ କହିବା ମୁତାବକ ସଂପୃକ୍ତ ମାମଲାର ଯାଂଚ ପୁଣି ଆରମ୍ଭ ହୋଇଛି । ଏହି ମାମଲାରେ ଅଭିଯୁକ୍ତ ଜଗଦିଶ୍ ଟାଇଟଲରଙ୍କୁ ସିବିଆଇ ପକ୍ଷରୁ ନୋଟିସ କରାଯାଇଥିଲା । ଏହାପରେ ଆଜି ତାଙ୍କ ଭଏସ ସାମ୍ପୁୂଲ କଲେକସନ କରାଯାଇଛି ।

ସୂଚନା ଥାଉକି ୧୯୮୪ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ । ଏହାପରେ ସାରା ଦେଶରେ ଶିଖ୍ ସଂପ୍ରଦାୟ ବିରୋଧରେ ଦଙ୍ଗା ଆରମ୍ଭ ହୋଇଥିଲା । ଏହି ଦଙ୍ଗାରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ପରିବାର ବେଘର ହୋଇଯାଇଥିଲେ ।