କନକ ବ୍ୟୁରୋ : ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ନେଇ ଅଭିଯୋଗ ଆଣିଲେ ସପା ସାଂସଦ ଜୟା ବଚ୍ଚନ । ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ ଓ ଜୟା ବଚ୍ଚନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭେଟେରାନ ଅଭିନେତ୍ରୀ ତଥା ସମାଜବାଦି ପାର୍ଟି ସାଂସଦ ଜୟା ବଚ୍ଚନ . ରାଜ୍ୟସଭାରେ ଆଲୋଚନା ବେଳେ ଜଗଦୀପ ଧନକଡ ଆପତ୍ତିଜନକ ଇଙ୍ଗିତ କରିଥିବା ଅଭିଯୋଗ କରିଛନ୍ତି ଜୟା । ସଂସଦରେ ସ୍କୁଲ ପିଲାଙ୍କୁ ଗାଳି ଦେବା ଭଳି ବ୍ୟବହାର କରୁଛନ୍ତି ଅଧ୍ୟକ୍ଷ । ବିରୋଧୀଙ୍କୁ ସ୍ବର ଚପାଇବାକୁ ଉଦ୍ୟମ କରୁଛନ୍ତି । ସାସଂଦ ମାନଙ୍କ ପ୍ରତି ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ବ୍ୟବହାର ଅତି ଖରାପ ବୋଲି ଅଭିଯୋଗ ଲଗାଇଛନ୍ତି ଜୟା ବଚ୍ଚନ । ଏଥିସହିତ ଏଭଳି ବ୍ୟବହାର ପାଇଁ କ୍ଷମା ମାଗିତ ଉଚିତ ବୋଲି କହିଛନ୍ତି।

Advertisment