ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ: ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟଙ୍କୁ ହରାଇଲେ ଜଗଦୀପ

385

କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ ବିଜୟୀ । ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଜଗଦୀପ । ଧନଖଡଙ୍କୁ ୫୨୮ ଭୋଟ ମିଳିଥିବା ସୂଚନା । ସେହିପରି ମାର୍ଗାରେଟଙ୍କୁ ୧୮୨ଟି ଭୋଟ ମିଳିଥିବା ସୂଚନା ମିଳିଛି । ୧୫ଟି ଭୋଟ ନାକଚ ହୋଇଥିବା ଜଣାପଡିଛି । ମୋଟ ୭୨୫ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ହେବ ଭୋଟ୍ ଗ୍ରହଣ ଚାଲିଥିଲା । ମନୋନୀତ ସଦସ୍ୟଙ୍କ ସହ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେଇଥିଲେ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭୋଟରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିଥିଲା। ଟିଏମସିର ଲୋକସଭାରେ ୨୩ ଓ ରାଜ୍ୟସଭାରେ ୧୬ ସଦସ୍ୟ ରହିଛନ୍ତି । ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମକେ, , ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରିଥିଲେ ।