କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଲେଜ ନୋଟିସ୍ । ଯେଉଁଥିରେ ପ୍ରିନ୍ସିପାଲଙ୍କ ନାଁରେ ଜାଲ ଦସ୍ତଖତ ହୋଇଛି । ଆଉ ଏହି ନୋଟିସ୍ରେ ଲେଖା ରହିଛି- ଭାଲେଟାଇନ୍ସ ଡେ’ ଅର୍ଥାତ ଫେବ୍ରୁଆରୀ ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି । ନବରଙ୍ଗପୁର ପେଣ୍ଡ୍ରାଣୀ ମହାବିଦ୍ୟାଳୟ ନାଁରେ ଏଭଳି ଏକ ମିଛ ନୋଟିସକୁ ଭାଇରାଲ କରାଯାଉଥିବା ଅଭିଯୋଗ ହୋଇଛି । ଜାନୁୟାରୀ ୨୫ ତାରିଖ ଲେଖାଥିବା ଏହି ନୋଟିସକୁ ମିଛ ନୋଟିସ୍ ଏବଂ କଲେଜକୁ ବଦନାମ କରିବା ପାଇଁ କେହି ଦୁର୍ବୃତ୍ତ ଭାଇରାଲ କରୁଛି ବୋଲି କହିଛନ୍ତି କଲେଜ୍ ଅଧ୍ୟକ୍ଷ ।
କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲା ଏସଭିଏମ ଅଟୋନମୋସ କଲେଜ କାନ୍ଥରେ ମଧ୍ୟ ଏଭଳି ଏକ ନୋଟିସ ମରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ସେଇ ନୋଟିସ ମଧ୍ୟ କୌଣସି ଖଳପ୍ରକୃତିର ଯୁବକ ଭାଇରାଲ କରିଥିବା ସ୍ପଷ୍ଟ ହୋଇଥିଲା । ବାରମ୍ବାର ଏଭଳି ଘଟଣା ସାମ୍ନା ଆସିବା ପରେ ପ୍ରଶ୍ନ ଆସୁଛି
- କଲେଜ ନାଁରେ ଏଭଳି ନୋଟିସ୍ ଭାଇରାଲ କରୁଛି କିଏ?
- ମିଛ ନୋଟିସ୍ ଭାଇରାଲ କରୁଥିବା ଦୁର୍ବୃତ୍ତଙ୍କ ଉଦ୍ଦେଶ୍ୟ କ’ଣ?
- ଏଭଳି ଯୁବକଙ୍କୁ ପାନେ ଦେବା ପାଇଁ ପୁଲିସ୍ ତତ୍ପର ହେଉନି କାହିଁକି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/HAHAHA.jpg)