ବିଧାନସଭାରେ ଉଠିଲା ଜଗତସିଂହପୁର ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା । ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀଙ୍କ ହଟଗୋଳ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି, ଗୃହ ବାରମ୍ବାର ମୁଲତବୀ ।

331

କନକ ବ୍ୟୁରୋ : ବିଧାନସଭାରେ ଉଠିଛି ଜଗତସିଂହପୁର ନାଉଗାଁ ବ୍ଲକ ଅଂଚଳର ମା ଆଗରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା । ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଛି ।

ଅଭିଯୋଗ ଅନୁସାରେ, ସଂପୃକ୍ତ ଅଂଚଳର ଦୀପକ ବେହେରା ନାମକ ଜଣେ ମାଂସ କଟାଳି ସଂପୃକ୍ତ ଝିଅକୁ ଭୟଭୀତ କରାଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ପ୍ରତିବାଦ କଲେ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ସଂପୃକ୍ତ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ଦାବି କରିଥିଲେ ବିରୋଧୀ । । ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ପ୍ରଥମେ ଗୃହକୁ ୨୦ ମିନିଟ୍ ଓ ପରେ ୧୦ ମିନିଟ ମୁଲତବୀ ଘୋଷଣା କରାଯାଇଥିଲା ।