ପଂଚାୟତ ପରେ ପଟ୍ଟ ପରିବର୍ତ୍ତନ! ଦାମଙ୍କ କ୍ୟାମ୍ପ ଛାଡି ବିଷ୍ଣୁ କ୍ୟାମ୍ପ ଗଲେ ତିର୍ତୋଲ ବିଧାୟିକା

33

କନକ ବ୍ୟୁରୋ : ଦାମ-ବିଷ୍ଣୁ-ରାଜଶ୍ରୀ । ଜଗତସିଂହପୁର ରାଜନୀତିର ତିନି ଚର୍ଚ୍ଚିତ ଚେହେରା । ହେଲେ ଶେଷ ହୋଇଥିବା ପଂଚାୟତ ନିର୍ବଚନ, ବିଗାଡି ଦେଇଛି ଜିଲ୍ଲା ବିଜେଡି ସମୀକରଣ । ଦଳର ବିଜୟ ଉତ୍ସବ ଏକାଠି ପାଳିଛନ୍ତି ବିଷ୍ଣୁ ଓ ରାଜଶ୍ରୀ । ଯାହା ଜିଲ୍ଲା ରାଜନୀତିକୁ ରୋଚକ କରିଛି ।

ରାଜଶ୍ରୀଙ୍କୁ ନେଇ ଚର୍ଚ୍ଚା ଏଇଥିପାଇଁ ଯେ, ପଂଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁୁ ଦେଖିବାକୁ ମିଳୁଥିବା ଜିଲ୍ଲା ବିଜେଡିର ଆଉଜଣେ ବରିଷ୍ଠ ନେତା ଦାମୋଦର ରାଉତଙ୍କ କ୍ୟାମ୍ପରେ । ବିଷ୍ଣୁ ଦାସଙ୍କ ନାଁ ପଡିଲେ ନାହି ଡେଉଁଥିବା ଦାମ ବାବୁଙ୍କ ସ୍ୱରରେ ଅନେକଥର ସ୍ୱର ମିଳାଇଛନ୍ତି ରାଜଶ୍ରୀ । ବିଷ୍ଣୁଙ୍କ ବିରୋଧରେ ବୟାନ ବି ଦେଇଛନ୍ତି । ହେଲେ ଏବେ ବିଜେଡିର ବିଜୟ ଉତ୍ସବବେଳେ ବିଷ୍ଣୁଙ୍କ ଶିବରରେ ଯୋଗ ଦେଇଛନ୍ତି । ଆଉ ପଂଚାୟତ ପରେ ପଟ୍ଟ ପରିବର୍ତନକୁ ନିଜ ଢଙ୍ଗରେ କଟାକ୍ଷ କରିଛନ୍ତି ଦାମୋଦର ରାଉତ ।

ପଂଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ନେଇ ଦଳ ଗୋଟାଏ ପଟେ ତ ଦାମ ଆଉଗୋଟେ ପଟେ । ଏଭଳି ସ୍ଥିତିରେ ଦାମଙ୍କଠାରୁ ଦୂରତା ରକ୍ଷା କରୁ ନାହାନ୍ତି ତ ରାଜଶ୍ରୀ ।