ବୋଲ ମାନୁନାହାଁନ୍ତି ପ୍ରବାସୀ ଓଡିଆ…ସଂଗରୋଧ କେନ୍ଦ୍ର ଛାଡି ବଜାରରେ ବୁଲିଲେ ବାହାର ଫେରନ୍ତା: ଜଗତସିଂହପୁରରେ ଏମିତି ଚାଲିଛି କ୍ୱାରେଂଟିନ ସେଂଟର

କ୍ୱାରେନଟିନ୍ ସେଂଟରରେ ଖାଇବା ମିଳୁନଥିବାରୁ ବାହାରକୁ ଆସିଥିବା କହିଲେ ପ୍ରବାସୀ

742

କନକ ବ୍ୟୁରୋ: କ୍ୱାରେନଟିନ୍ ସେଂଟର ନିୟମ ମାନୁନାହାନ୍ତି ପ୍ରବାସୀ । ଜଗତସିଂହପୁର ଏସଭିଏମ୍ ପରିସରରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ନିୟମକୁ ଖୋଲା ଖୋଲି ଉଲଘଂନ କରୁଛନ୍ତି ପ୍ରବାସୀ । ସରକାର ବାହାରେ ରହୁତିବା ପ୍ରବାସୀଙ୍କ ନିଜ ଘରକୁ ଫେରାଇ ଆଣୁଛନ୍ତି । ଜଗତସିଂହପୁର ଜିଲ୍ଲାରେ ଆଜି ସୁଧା ପ୍ରାୟ ୨୫୦୦ ପ୍ରବାସୀ ଆସି ସାରିଲେଣି ।

ପ୍ରଥମେ ସେମାନଙ୍କୁ ଏସଭିଏମ୍ କଲେଜ ପରିସରକୁ ଅଣାଯାଇ ପଞ୍ଜିକରଣ କରିବା ପରେ ପଞ୍ଚାୟତ ସ୍ତରରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠା ଯାଉଛି । ହେଲେ ଏଠାରେ ମେଳା ମେଳା ହୋଇ ବୁଲୁଛନ୍ତି ପ୍ରବାସୀ । ସାମାଜିକ ଦୂରତାକୁ ଯେମିତି ଭୁଲି ଯାଇଛନ୍ତି । ଖାଲି ଏତିକି ନୁହେଁ ଖାଦ୍ୟ ପାନୀୟ ମିଳୁ ନଥିବା ଅଭିଯୋଗ କରି କେନ୍ଦ୍ରରୁ ବାହାରି ଆସି ବଜାରରେ ଭିଡ଼ ଜମାଉଛନ୍ତି । ମନ ଇଚ୍ଛା ଖୁଲମଖୁଲା ବୁଲୁଛନ୍ତି । ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଢ଼ିଲା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।