କନକ ବ୍ୟୁରୋ : ଜଗତସିଂହପୁରରେ ଜିତିବ କିଏ? କାହା ମୁଣ୍ଡରେ ବିଜୟ ଟୀକା ପିନ୍ଧାଇବେ ଜଗତସିଂହପୁରବାସୀ । ଚଳିତ ନିର୍ବାଚନରେ ବାଜି ମାରିବାକୁ ୩ ଦଳ ଏଠାରେ ନିଜର ସିପାହୀ ବଦଳାଇ ଥିବା ବେଳେ ଜନତା ଜନାର୍ଦ୍ଦନ କାହାକୁ ଭରସା କରିବେ ତାହା ଏବେ ସବୁଠୁ ବଡ ପ୍ରଶ୍ନ । ଏସବୁ ଭିତରେ ନଜର ପକାନ୍ତୁ ଜଗତସିଂହପୁର ଲୋକସଭା ଅଧୀନରେ ଆସୁଥିବା ୭ ବିଧାନସଭା ଆସନର ତଥ୍ୟ ଉପରେ ।
କିଏ ପିନ୍ଧିବ ତିର୍ତ୍ତୋଲ ତାଜ? ବିଜୟ ସୂଚକ ଚୌକା ମାରିବାକୁ ଅଭିଜ୍ଞ ବିଷ୍ଣୁଙ୍କୁ ମୈଦାନକୁ ଓହ୍ଲାଇଛି ଦଳ, ନୂଆ ସିପାହୀ ସହ ଗଡ ଅକ୍ତିଆର କରିବାକୁ କଂଗ୍ରେସର ଅଙ୍କକଷା । ପ୍ରଥମ ଥର ପଦ୍ମ ଫୁଟାଇବାକୁ ବିଜେପି ଜୋରଦାର ପ୍ରୟାସ ।
ବିଷ୍ଣୁଙ୍କ କାନ୍ଧରେ ତିର୍ତ୍ତୋଲ ଗଡର ଦାୟିତ୍ୱ ଦେଇଛି ବିଜେଡି । ଜାଣନ୍ତୁ ତାଙ୍କ ରାଜନୀତି କ୍ୟାରିୟରର କିଛି କଥା
ବାଲିକୁଦା-ଏରସମା, କିଏ ଉଡାଇବ ବିଜୟ ବାନା? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, କମବ୍ୟାକ୍ କରିବାକୁ କଂଗ୍ରେସର ମଙ୍ଗ ଧରିଛନ୍ତି ଲଲାଟେନ୍ଦୁ । ଦାମ ଦେବେ କି ବିଜେପିକୁ ପ୍ରଥମ ବିଜୟ ।
ବାଲିକୁଦା-ଏରସମାରେ ପ୍ରଥମ ଥର ପଦ୍ମ ଫୁଟାଇବାକୁ ଦାମ ଧରିଛନ୍ତି ବିଜେପି ହାତ । ଜାଣନ୍ତୁ ଏହି ଅଭିଜ୍ଞ ରାଜନେତାଙ୍କ ରାଜନୀତି କ୍ୟାରିୟର
ଜଗତସିଂହପୁରରେ ଜିତିବ କିଏ? ପୁଣିଥରେ ବିଜୟ ବାନା ଉଡାଇବାକୁ ପୁରୁଖା ତଥା ଅଭିଜ୍ଞ ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ବିଜୟ ପାଇଁ ନୂଆ ମୁହଁଙ୍କୁ ଭରସା କରିଛି ବିଜେଡି-ବିଜେପି ।
ଜଗତସିଂହପୁର ବାଜି ଜିତିବାକୁ କଂଗ୍ରେସର ଯୋଦ୍ଧା ସାଜିଛନ୍ତି ଚିରଞ୍ଜୀବି । ଜାଣନ୍ତୁ କେମିତି ରହିଛି ତାଙ୍କ ରାଜନୈତିକ କ୍ୟାରିୟର
କାକଟପୁର ଲଢେଇରେ କିଏ ମାରିବ ବାଜି? ବିଜୟ ପାଇଁ ନୂଆ ମୁହଁଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ, କାହାକୁ ଭରସା କରିବେ ଭୋଟର ।
ନିଆଳିର ନେତୃତ୍ୱ ନେବ କିଏ? ବିଜେଡିର ପୁରୁଣା ବନାମ ବିଜେପି-କଂଗ୍ରେସର ନୂଆ ମୁହଁ ମଧ୍ୟରେ ହେବ ଘମାଘୋଟ ଲଢେଇ । କାହା ସପକ୍ଷରେ ମତଦାନ କରିବେ ଭୋଟର ।
ନିମାପଡାରେ ବିଗ୍ ଫାଇଟ । ଗତ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ନିମାପଡାବାସୀ । ଏଥର କିଏ ଜିତିବ ଭୋଟରଙ୍କ ଭରସା ।
ପାରାଦୀପ ପଲିଟିକ୍ସରେ କାହାର ପଲା ଭାରି । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ଧ୍ୱଜା ଉଡାଇ ଆସିଛି ବିଜେଡି, ଚଳିତ ଥର ଏହି ଆସନ ହାତେଇବାକୁ ଜି ଜାନ ଲଗାଇ ଦେଇଛନ୍ତି ୩ ଦଳ ।