ଅକସ୍ମାତ ଲାଗୁଛି ନିଆଁ, ଦେହରେ ହେଉଛି କ୍ଷତ : ବାଜିରେ ଲାଗିଛି ପାଠ ପଢ଼ୁଆ ଝିଅର ଜୀବନ; ଜଗତସିଂହପୁର ଜିଲ୍ଲା ନାଉଗାଁରେ ଦେଖିବାକୁ ମିଳିଛି ଏଭଳି ଅସ୍ୱାଭାବିକ ଘଟଣା

99

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ନାଉଗାଁରେ ଯେଉଁ ଘଟଣା ଘଟୁଛି ତାହା ହୁଏତ ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ବାସ୍ତବତାକୁ ଦେଖିଲେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ଅକସ୍ମାତ ନିଆଁ ଲାଗି ଚାଳ ଘର ଓ ପିନ୍ଧା ଡ୍ରେସ ପୋଡି ଯାଉଛି । ଘରେ ଲାଗିଥିବା ଇଲେକ୍ଟ୍ରିକ୍ ବଲ୍ବ୍ ଫାଟି ଯାଉଛି । ଦେହରେ ମନକୁ ମନ କ୍ଷତ ହୋଇ ରକ୍ତ ବାହାରୁଛି । ଝିଅର ସ୍ୱର ହଠାତ୍ ବଦଳି ଯାଉଛି । ମରି ଗଲି କିଏ ଛୁଚିଂ ଫୋଡ଼ି ଦେଉଛି କହି ଚିକ୍ରାର ଶୁଣାଯାଉଛି । ଆଉ ଯାହା ଘଟୁଛି ତାକୁ ନେଇ କେବଳ ପରିବାର ଲୋକେ ନିହେଁ ଗ୍ରାମବାସୀଙ୍କୁ ଭୟଭିତ କରିଛି ।

ଏଭଳି ଭୌତିକ କାଣ୍ଡ କଥା ଶୁଣିଲେ ଯେ କେହିବି କହିବ ଏହା ଅନ୍ଧ ବିଶ୍ୱାସ । ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତିହୁଡ଼ା ଗାଁର ଉଲ୍ଲାସ ନାୟକଙ୍କ ଝିଅଙ୍କ କ୍ଷେତ୍ରରେ ୪ ବର୍ଷ ହେବ ଏଭଳି ଅସ୍ୱାଭାବିକ ଘଟଣା ଘଟି ଆସୁଛି । ଝିଅ ଷଷ୍ଠ ଶ୍ରେଣୀରେ ପଢିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ମୁଣ୍ଡ ଭାରି ଲାଗିଲା । ଅନେକ ସମୟରେ କିଛି କଥା ମନେ ପଡିଲା ନାହିଁ । ଝିଅର ଅସ୍ୱାଭାବିକ ଆଚରଣ ଦେଖି କଟକ ଶିଶୁ ଭବନ ଓ କଟକ ବଡ ମେଡିକାଲର ମାନସିକ ବିଭାଗରେ ଦେଖାଇଥିଲେ, ହେଲେ କୌଣସି ରୋଗ ଚିହ୍ନଟ ହୋଇନଥିଲା ।

ଡାକ୍ତରଖାନାରୁ ଫେରିବା ପର ଘଟଣା ଆହୁରି ଆଶ୍ଚଯ୍ୟ କର । ଝିଅର ଆଚାରଣ ଉଚ୍ଚାରଣ ଅସ୍ୱାଭାବିକ ହେବା ସହ ଘରେ ଥିବା ଝିଅର ପିନ୍ଧା ଡ୍ରେସ୍, ଘରେ ଥିବା ଅନ୍ୟ କପଡାରେ ଅକସ୍ମାତ ନିଆଁ ଲାଗିଗଲା । କିଛି ଦିନ ତଳେ ଉଲ୍ଲାସଙ୍କ ଚାଳ ଘରେ ଓ ପଡୋଶୀଙ୍କ ଘରେ ବି ନିଆଁ ଲାଗିଯାଇଥିଲା । ସବୁ ଠାରୁ ବଡ଼ କଥା ହେଉଛି, ଏବେ ଝିଅର ବେକ, ମୁହଁ, ଗୋଡ, ଛାତି ବିଭିନ୍ନ ସ୍ଥାନରେ ମନକୁ ମନ କ୍ଷତ ହେଉଛି । ଝିଅର ଏଭଳି ଅବସ୍ଥା ଦେଖି, ଗୁଣି ଗାରେଡ ହୋଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।

ଝିଅକୁ ଭଲ କରିବା ପାଇଁ ପରିବାର ଲୋକ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ହେଲେ ଝିଅ ଦେହ ଭଲ ହେଉ ନାହିଁ କି ଏସବୁ କାହିଁକି ହେଉଛି ତାହା ଜଣାପଡୁନାହିଁ । ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟ କରୁଥିବା ବେଳେ ଅନ୍ୟ କେହି ଏଭଳି ଭୌତିକ କାଣ୍ଡ ଘଟାଉଛି କି, ତାକୁ ନେଇ ସନ୍ଦେହ ଉପୁଜିଛି ।