କନକ ବ୍ୟୁରୋ : ମାମୁଁଘରକୁ ବୁଲିବାକୁ ଆସି ନିଖୋଜ ହୋଇଯାଇଥିବା ଦୁଇବର୍ଷର ଶିଶୁପୁତ୍ରର ମିଳିଲା ମୃତଦେହ । ଦୁଇ ଦିନ ପରେ ମାମୁଁ ଘର ନିକଟ ଏକ ନାଳରୁ ଉଦ୍ଧାର ହୋଇଛି ମୃତଦେହ । ସକାଳୁ ଗାଁ ଲୋକ ଖୋଜାଖୋଜି କରୁଥିବା ବେଳେ ମୃତଦେହ ଦେଖିବାକୁ ପାଇଥଲେ । ତେବେ ଶିଶୁଟିର ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡିନାହିଁ । ଶିଶୁଟି ନାଳରେ ପଡିଯାଇଛି, ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଶିଶୁପୁତ୍ରଟି ସୋମବାର ଠାରୁ ନଖୋଜ ଥିଲା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଂଚାୟତର ଶଙ୍କରପୁର ଗାଁକୁ ମାମୁଁଘର ବୁଲି ଆସିଥିଲା ଶିଶୁ ପୁତ୍ର । ମଙ୍ଗଳପୁରରୁ କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଞ୍ଜନ ନିଜ ମାଙ୍କ ସହିତ ମାମୁଁଘର ଶଙ୍କରପୁରକୁ ଆସିଥିଲେ । ଆଉ ରବିବାରଦିନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ପୁଅକୁ ଖୋଜାଖୋଜି ପରେ ନପାଇବାରୁ ଘର ଲୋକେ ନିକଟସ୍ଥ ଥାନାରେ ଅପହରଣ ନେଇ ଅଭିଯୋଗ କରିଥିଲେ । ବିରିଡି ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିବା ସହ ସେହି ଗାଁର ତିନି ଜଣଙ୍କୁ ସନ୍ଦେହ ଘେରରେ ରଖି ତଦନ୍ତ ଚଳାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/18-10.jpg)