ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ: ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

249

କନକ ବ୍ୟୁରୋ: ବଦଳିଲେ ଜଗତସିଂହପୁର ଓ ଖୋର୍ଦ୍ଧାର ଜିଲ୍ଲାପାଳ । ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଟିଇ ଓ ଏସସିଇଆରଟିର ନିର୍ଦ୍ଦେଶକ ହେଲେ ସନତ କୁମାର ମହାନ୍ତ । ଗଙ୍ଗାଧର ସାହଙ୍କୁ ଜିଏ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି ।