ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲିକୁଦାରେ ଫୁଟିଲା ଗୁଳି । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହେଲେ ଦେବରାଜ

145

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ଗୁଳି । ଜଗତସିଂପୁର ବାଲିକୁଦା ଥାନା ତେରତାଙ୍ଗ ଅଲିକଣା ଛକରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ବାଲିସାହିର ଦେବରାଜ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଦେବରାଜଙ୍କ ବାମ ଗୋଡ଼ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ପ୍ରଥମେ ବାଲିକୁଦା, ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏହା ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦୁଇ ଗୋଷ୍ଠି ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଦେବରାଜଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା । ତେବେ ଫାଏରିଂ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏବେ ଘଟଣାସ୍ଥଳରେ ପୁଲିସ୍ ପହଂଚି ଛାନବିନ୍ ଆରମ୍ଭ କରିଛି ।