ବନ୍ଦ ହୋଇଗଲା ମଣ୍ଡି : ହେଲେ ଧାନ ବିକି ପାରିଲେ ନାହିଁ ଚାଷୀ; ଜଗତସିଂହପୁର ଜିଲ୍ଲାରେ ବଢ଼ୁଛି ଚାଷୀ ଅସନ୍ତୋଷ

ରାସ୍ତା ଅବରୋଧ କଲେ ଚାଷୀ; ଧାନ ନକିଣିଲେ ଆତ୍ମାହୁତି ପାଇଁ ଦେଲେ ଚେତାବନୀ

51

କନକ ବ୍ୟୁରୋ : ଚାଷୀଙ୍କ ଆଖିରେ ଲୁହ ଆସିଯାଉଛି । କେତେ କଷ୍ଟକରି ଲୁହ, ଲହୁକୁ ଏକାଠି କରି ଚାଷୀ ଚାଷ କରିଥାଏ । ଅପେକ୍ଷା କରି ରହିଥାଏ ଧାନ ବିକିବାକୁ । ହେଲେ ବନ୍ଦ ହୋଇଗଲା ମଣ୍ଡି । ହେଲେ ଧାନ ବିକ୍ରି କରିପାରିଲେ ନାହିଁ ଚାଷୀ । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ଶୋଭା ସମବାୟ ସମିତି ଅଧୀନରେ ଧାନ ବିକି ପାରିନଥିବର ଶତାଧିକ ଚାଷୀ ତିହିଡ଼ି-ନହରଣା ମୁଖ୍ୟ ରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କରିଥିଲେ । ସରକାର ଧାନ ନକିଣିଲେ କୀଟନାଶକ ଖାଇ ଓ କିରୋସିନ ଢ଼ାଳି ଆତ୍ମାହୁତି ଦେବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଜଣେ ଚାଷୀଙ୍କ କହିବାନୁଯାୟୀ, ମୋର ୫୦କୁଇଣ୍ଟାଲ ଧାନ ପଡିରହିଛି । ବୟସ ୯୦କୁ ଛୁଇଁଲାଣି । ଆଶା କରିଥିଲି ଧାନ ବିକି ପଇସାଟିଏ ପାଇବି । ହେଲେ ଧାନ ବିକ୍ରି ହୋଇପାରୁନି । ଖର୍ଚ୍ଚ କରିବା ପାଇଁ ପଇସାଟିଏ ନାହିଁ । ଦୁଇ ପୁଅ ଥାଇ ବି ଆଡ ଆଖିରେ ଚାହୁଁ ନାହାନ୍ତି । ଯଦି ଧାନ ବିକ୍ରି ହୋଇପାରିବନି ତାହାଲେ ଧାରଣାସ୍ଥଳରେ ହିଁ ବିଷ ଖାଇ ମରିବି । ଆଉ କିଛି ବାଟ ନାହିଁ । ତେବେ ଜଗସିଂହପୁରରେ ପାଖାପାଖି ପାଞ୍ଚ ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।

 

Comments are closed.