ବାତ୍ୟା ପରେ ସୁଧୁରିନି ଜଗତସିଂହପୁରର ସ୍ଥିତି । ଜିଲ୍ଲାର ୩ ବ୍ଲକ ଜଗତସିଂହପୁର, ବିରିଡି ଓ ରଘୁନାଥପୁରରେ ବ୍ୟାପକ କ୍ଷତି

ବାତ୍ୟାର ୭ ଦିନ ପରେ ବି ଜଗତସିଂହପୁରରେ ଆସିନାହିଁ ବିଜୁଳି

92

କନକ ବ୍ୟୁରୋ : ବାତ୍ୟାର ୭ ଦିନ ପରେ ବି ଜଗତସିଂହପୁରରେ ଆସିନାହିଁ ବିଜୁଳି । ସାମୁଦ୍ରିକ ଝଡ ବାତ୍ୟା ଫୋନିର ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ବଡ ବଡ ଗଛ ଭାଙ୍ଗିବା ସହିତ ବିଦ୍ୟୁତ ଖୁଂଟ ମଧ୍ୟ ଶହ ଶହ ସଂଖ୍ୟାରେ ଭାଙ୍ଗି ଯାଇଛି । ଯାହା ଫଳରେ ଜିଲ୍ଲାର ଅନେକ ଅଂଚଳରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ବିଦ୍ୟୁତ ବିଭାଗ ସେସୁ ଓ ଏନଜେନ୍ କର୍ମଚାରୀ ମାନେ ଯୁଦ୍ଧକାଳୀନ ସ୍ଥିତିରେ କାର୍ଯ୍ୟ କରୁଛନ୍ତି । ତଥାପି ବାତ୍ୟାର ୭ ଦିନ ପରେ ବି ଲୋକଙ୍କୁ ମିଳିପାରିନି ବିଦ୍ୟୁତ ସେବା । ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଜିଲ୍ଲାର ୮ ଟି ବ୍ଲକ ମଧ୍ୟରୁ ଜଗତସିଂହପୁର, ବିରିଡି ଓ ରଘୁନାଥପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ ବଡ ଗଛ ଭାଙ୍ଗିଯିବା ସହ ବିଦ୍ୟୁତ ଖୁଂଟ ମଧ୍ୟ ଉପୁଡି ଯାଇଛି । ଅନେକ ଚାଳଘର ଛପର ଉଡିଯିବା ସହ ଘର ମଧ୍ୟ ଭଙ୍ଗିଯାଇଛି । ବିରିଡିର ବ୍ଲକର ଧଡା ସାହିରେ ୪୫ ରୁ ଅଧିକ ମାଟି ଘର ଭାଙ୍ଗିଯିବା ଫଳରେ ଲୋକେ ବାସହରା ହୋଇଯାଇଛନ୍ତି । ତେବେ ବିପନ୍ନଙ୍କ ନିକଟରେ ରିଲିଫ ପହଂଚି ନଥିବା ଅଭିଯୋଗ ହୋଇଛି ।