ଅଧିକାରୀ ବିହୀନ ଜଗତସିଂହପୁର ଜିଲ୍ଲା । ଜୁଲାଇ ୧୮ ରୁ ନାହାଁନ୍ତି ଜିଲ୍ଲାପାଳ । ଖାଲି ପଡିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ

Advertisment
ଅଧିକାରୀ ବିହୀନ ଜଗତସିଂହପୁର ଜିଲ୍ଲା । ଜୁଲାଇ ୧୮ ରୁ ନାହାଁନ୍ତି ଜିଲ୍ଲାପାଳ । ଖାଲି ପଡିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ଗତ ୧୮ତାରିଖରୁ ବଦଳି ହୋଇଗଲେଣି, ଏପର୍ୟ୍ୟନ୍ତ କେହି ନୂଆ ଜିଲ୍ଲାପାଳ ଆସିନାହାନ୍ତି। ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ମଧ୍ୟ ନିକଟରେ ବଦଳି ହୋଇଯାଇଛନ୍ତି। ତାଙ୍କ ପଦବୀ ବି ଖାଲି ପଡ଼ିଛି। ସେହିପରି ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ପଦବୀ ମାସମାସ ଧରି ଖାଲି ପଡ଼ିଛି। ଫଳରେ ଉନ୍ନୟନ ମୂଳକ ଓ ନିର୍ମାଣ କାର୍ୟ୍ୟରେ ସମସ୍ୟା ସୃଷ୍ଟି ହୋଇଛି।

ସେହିପରି ଜଗତସିଂହପୁର ପୌର ପରିଷଦ କାର୍ୟ୍ୟାଳୟରେ ନିର୍ବାହୀ ଅଧିକାରୀ ସୀମା ଜେନାଙ୍କ ବଦଳି ପରେ ସେ ପଦବୀ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପଦବୀ ଦୀର୍ଘଦିନ ଧରି ପୂରଣ ହୋଇପାରୁନି। ଏଭଳି ସ୍ଥିତିରେ ଜିଲ୍ଲାବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe