ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ବଦଳି ପାଇଁ ଦାବି କରିଥିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ସରୋଜ କୁମାର ମିଶ୍ର ।

214

କନକ ବ୍ୟୁରୋ : ତିର୍ତ୍ତୋଲ ଉପନିର୍ବାଚନ ଉପରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଜିଲ୍ଲାପାଳଙ୍କୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ । ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ମଧ୍ୟ ହୋଇଥିଲା କଂଗ୍ରେସ ।

ଜଗତସିଂହପୁରର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଗୃହ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ର । ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜିଏ ଆଣ୍ଡ ପିଜି ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।