କନକ ବ୍ୟୁରୋ: ଆଠଗଡ ଧବଳେଶ୍ୱର ପୀଠରେ ଚଳିତବର୍ଷ ହୋଇପାରିବନି ଜାଗର ଯାତ୍ରା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏନେଇ ନିଷ୍ପତ୍ତି ନେଇଛି ଦେବୋତ୍ତର ବିଭାଗ । ଆଜି ଏନେଇ ଏକ ବୈଠକ ବସିଥିଲା, ବୈଠକରେ ଆଲୋଚନା ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ ।
ସୂଚନା ମୁତାବକ, ଧବଳେଶ୍ୱର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ । ଏଥିସହିତ ଆସନ୍ତା ୧୧ ତାରିଖରେ ମନ୍ଦିରରେ ଧାରା ୧୪୪ ଲାଗୁ ହେବ । ଯାହାକି ୧୨ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ । ଚଳିତବର୍ଷ କୋଭିଡ୍ ହେତୁ ଅନେକ ଯାନିଯାତ୍ରାରେ କଟକଣା ଲାଗିସାରିଛି । ଏବେ ପୁଣି କରୋନା ଲେଉଟି ଥିବାରୁ ଏହାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଚଳିତ ବର୍ଷ କୋଭିଡ୍ କଟକଣାକୁ ମାନି ଶିବରାତ୍ରୀ ପାଳନ ହେବ ବୋଲି କିଛି ଦିନ ପୂର୍ବେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଏମସି କମିଶନର । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବୟସ୍କ ଲୋକଙ୍କୁ ମନ୍ଦିର ବାରଣ ସହିତ ଏଥର ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଳନ ହେବ ବୋଲି ସେ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Dhableswar-Mandir.jpg)