କନକ ବ୍ୟୁରୋ : ଶେଷ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ମଧ୍ୟ ପ୍ରସ୍ତୁତ । ଜିଲ୍ଲାରେ ତିନି ଦଳର ନେତା ଭୋଟରଙ୍କ ପାଖକୁ ଯିବା ସହ ଦଳକୁ ଜିତାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ରାଜଶ୍ରୀ ମଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ପୂର୍ବରୁ ଥିବା ଲୋକସଭା ସାଂସଦଙ୍କୁ ପରିବର୍ତନ କରିଛି ବିଜେଡି । ତେବେ ବିଜେପି ପକ୍ଷରୁ ବିଭୁ ପ୍ରସାଦ ତରାଇ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଚଳିତଥର ପ୍ରତିମା ମଲିକଙ୍କୁ ପ୍ରାର୍ଥୀ କରିଛି ଏହି ଲୋକସଭା ନିର୍ବାଚନମଣ୍ଡଳିରେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିଜେଡିର ତୁଙ୍ଗ ନେତା ଚଳିତଥର ବିଜେଡି ଛାଡି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ହେଲେ ଦଳ ତାଙ୍କ ପୁଅକୁ ପାରାଦୀପରେ ଟିକେଟ ଦେଇ କାଉଣ୍ଟର କରିବା ପାଇଁ ନିଜକୁ ପ୍ରସ୍ତୁତ କରିଛି । ସାରା ଜିଲ୍ଲାରେ ପ୍ରଚାରର ଲଢେଇ ଘମାଘୋଟ ହୋଇଥିଲା । ବିଭିନ୍ନ ଦଳର ତୁଙ୍ଗନେତାମାନେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପ୍ରଚାରକୁ ଜୋରଦାର କରିଥିଲେ । ତେବେ ଆସନ୍ତା ୨୩ରେ ଜଣାପଡିବ ଯେ, ପ୍ରକୃତରେ କେଉଁ ନେତାଙ୍କ ଉପରେ ବିଶ୍ୱାସ କରିଛନ୍ତି ଜଗତସିଂହପୁର ଜିଲ୍ଲାର ଭୋଟର ।

Advertisment

ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୯୯ ହଜାର ୬୭୩
- ମତ ଦେଇଥିଲେ – ୧୧ ଲକ୍ଷ ୩୨ ହଜାର ୮୬୮
- ଭୋଟଦାନ ହାର – ୭୫.୫୪%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କୁଳମଣି ସାମଲ ବିଜେଡି ୬,୨୪,୪୯୨ % ବିଜୟୀ
ବିଭୁ ପ୍ରସାଦ ତରାଇ କଂଗ୍ରେସ ୩,୪୮,୦୯୮ % ପରାସ୍ତ
ବାଇଧର ମଲ୍ଲିକ ବିଜେପି ୧,୧୭,୪୪୮ % ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର କୁଳମଣି ସାମଲ ନିର୍ବାଚନ ଜିତିଥିଲେ
- ୬ ଲକ୍ଷ ୨୪ ହଜାର ୪୯୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ପରାସ୍ତ କରିଥିଲେ
- ୨ ଲକ୍ଷ ୭୬ ହଜାର ୯୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ
ବିଜେଡି: ରାଜଶ୍ରୀ ମଲ୍ଲିକ
କଂଗ୍ରେସ: ପ୍ରତିମା ମଲ୍ଲିକ
ବିଜେପି: ବିଭୁପ୍ରସାଦ ତରାଇ

୨୦୧୯--ବିଜେଡି: ରାଜଶ୍ରୀ ମଲ୍ଲିକ
- ୨୦୧୪ରେ ତିର୍ତୋଲରୁ ବିଧାୟିକା
- ଡାକ୍ତରରୁ ରାଜନୀତି
- ଜଗତସିଂହପୁରରେ ଲୋକପ୍ରିୟ ନେତ୍ରୀ
- ଦୃଢ ସଂଗଠନ ରହିଛି

୨୦୧୯-- କଂଗ୍ରେସ: ପ୍ରତିମା ମଲ୍ଲିକ
- ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ
- ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା
- କଂଗ୍ରେସର ମହିଳା ଚେହେରା
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯--ବିଜେପି: ବିଭୁପ୍ରସାଦ ତରାଇ
- ୨୦୦୯ରେ ବିଧାୟକ ( ବିଜେଡି-ସିପିଏମ୍ ମେଂଟ )
- ୨୦୧୪ରେ ପରାଜିତ ( କଂଗ୍ରେସ ପ୍ରାର୍ଥୀ )
- କଂଗ୍ରେସରୁ ବିଜେପିରେ ସାମିଲ

ନିର୍ବାଚନ ମଣ୍ଡଳୀ ତଥ୍ୟ
- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ଜଗତସିଂହପୁର, ନିଆଳି, ପାରାଦୀପ, ତିର୍ତୋଲ, ବାଲିକୁଦା, କାକଟପୁର ଏବଂ ନିମାପଡାକୁ ନେଇ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ
- ନିଆଳି, ପାରାଦୀପ, ତିର୍ତୋଲ, ବାଲିକୁଦା, କାକଟପୁର ଏବଂ ନିମାପଡା ବିଜେଡି କବଜାରେ ରହିଛି ।
- କେବଳ ଜଗତସିଂହପୁର କଂଗ୍ରେସ ଦଖଲରେ ରହିଛି ।
- କଂଗ୍ରେସରୁ ରଞ୍ଜୀବ ବିଶ୍ୱାଳ ୨ଥର ସାଂସଦ