ଶ୍ରୀମନ୍ଦିର ମଧ୍ୟରେ ମହିଳା ଭକ୍ତଙ୍କୁ ମାଡ ଅଭିଯୋଗ ! ପୋଲିସ ମାଡରେ ଶ୍ରଦ୍ଧାଳୁଙ୍କ ଫାଟିଲା ଆଖି

Advertisment
ରିହାତିରେ ଓମଫେଡ ଦେଉଛି ଘିଅ, ତଥାପି ଏତେ ଲୋଭ । ଶ୍ରୀମନ୍ଦିର ଦୀପ ଘିଅରେ ବି ଅପମିଶ୍ରଣ, ଓମଫେଡ ଡବାରେ ଭରାଯାଉଛି ନକଲି ଘିଅ !!
କନକ ବ୍ୟୁରୋ : ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଭିତରକାଠ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ସାହାଣମେଲା ଚାଲିଥିବା ବେଳେ ଭିଡ଼ ନିୟନ୍ତ୍ରଣ ବାହାନାରେ ପୁଲିସ ଜଣେ ମହିଳା ଭକ୍ତଙ୍କୁ ମାଡ଼ ମାରିବାରୁ ତାଙ୍କ ଆଖିପତା ଫାଟିଯିବା ସହ ରକ୍ତ ବାହାରିଥିଲା। ଆହତ ମହିଳା ଭକ୍ତ ଜଣକ ଯାଜପୁର ଅଞ୍ଚଳର ରାଜଲକ୍ଷ୍ମୀ ପଣ୍ଡା ବୋଲି ଜଣାପଡ଼ିଛି। ପୁଲିସର ଏଭଳି ଆଚରଣକୁ ରାଜଲକ୍ଷ୍ମୀ ପ୍ରତିବାଦ କରିବା ସହିତ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ।
publive-imageବରିଷ୍ଠ ପଦାଧିକାରୀମାନେ ରାଜଲକ୍ଷ୍ମୀଙ୍କୁ ବୁଝାସୁଝା କରିବା ପରେ ସେ ଶାନ୍ତ ପଡିଥିଲେ। ସୂଚନା ମୁତାବକ, ଅପରାହ୍ନରେ ସାହାଣମେଲା ଚାଲିଥିବା ବେଳେ ରାଜଲକ୍ଷ୍ମୀ ଭିତରକାଠ ନିକଟରେ ପହଞ୍ଚିଥିଲେ। ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ଥିବା ପୁଲିସ ଏକ ଗୁଆ ଛାଲିରେ ତାଙ୍କୁ ବାଡେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe