ଜଗନ୍ନାଥଙ୍କ ଜମିକୁ ନେଇ ଚଂଚକତା କରୁଛନ୍ତି ମାଫିଆ: ସୁପ୍ରିମକୋର୍ଟ ଓ ମନ୍ଦିର ପ୍ରଶାସନର କାଗଜକୁ କରୁଛନ୍ତି ଜାଲିଆତି 

Advertisment
ଜଗନ୍ନାଥଙ୍କ ଜମିକୁ ନେଇ ଚଂଚକତା କରୁଛନ୍ତି ମାଫିଆ: ସୁପ୍ରିମକୋର୍ଟ ଓ ମନ୍ଦିର ପ୍ରଶାସନର କାଗଜକୁ କରୁଛନ୍ତି ଜାଲିଆତି 

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ଜାଲିଆତି କରି ନିଜ ନାଁରେ କରନେବାକୁ କେମିତି ଉଦ୍ୟମ ଚାଲିଛି ସେ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଲା ଜମି ହାତେଇବା ପାଇଁ ଏହି ଦଲାଲ ମାନେ ଶ୍ରୀମନ୍ଦିର ପ୍ରଶାସନର ନକଲି ଦସ୍ତାବିଜ ଏବଂ ସୁପ୍ରିମକୋର୍ଟର ରାୟକୁ ମଧ୍ୟ ଜାଲ କରିଛନ୍ତିା  ହେଲେ ସୋର ତହସିଲଦାର ଏହାକୁ ନେଇ ସନ୍ଦେହ ବଢିବା ପରେ ଏହି କେଳେଙ୍କାରୀର ଗୁମର ଖୋଲିଛି । ଯାହାକୁ ନେଇ ଆଜି ସିଂହଦ୍ୱାର ଥାନାରେ ଏତଲା ହୋଇଛି ।

ବାଲେଶ୍ୱର ସୋର ଅଂଚଳରେ ଥିବା ରାଇପୁର, ଶିରାପୁର ଓ ବ୍ରହ୍ମପୁରର ରେକର୍ଡ ସଂଶୋଧନ କରି ନିଜ ନାମରେ ସ୍ଥିତିବାନ କରିବାକୁ ତିଆରି ହୋଇଛି ଏହି ନକଲି ଦସ୍ତାବିଜ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଲେଟର ପ୍ୟାଡ ଓ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଜାଲ କରାଯାଇଛି । ଆଉ ଜମି ହାତେଇବାକୁ ଏହିସବୁ ଦସ୍ତାବିଜ ସୋର ତହସିଲଦାରଙ୍କ ପାଖକୁ ପଠାଯାଇଥିଲା । କିନ୍ତୁ ସନ୍ଦେହ ଉପୁଜିବା ପରେ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଚଳିତ ମାସ ୧୬ ତାରିଖରେ ଅବଗତ କରାଇଥିଲେ । ଆଉ ଏହାର ସତ୍ୟତା ଖୁଲାସା କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ରାଜସ୍ୱ ବିଭାଗ କର୍ମଚାରୀ ଓ ଜମି ମାଫିଆଙ୍କ ମଧ୍ୟରେ ରହିଛି କି ଲିଙ୍କ୍?

ଜଣେ ସାଧାରଣ ଲୋକ ଜଗନ୍ନାଥଙ୍କ ନାମରେ ଥିବା ଭିଟାମାଟିକୁ ୟୁନିଫର୍ମ ପଲିସିରେ ପାଇପାରୁନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର କିଭଳି ନକଲି ଚିଠି ତିଆରି ହୋଇପାରୁଛି ତାକୁ ନେଇ ଏବେ ଉଠିଛି  ପ୍ରଶ୍ନ । ଆଉ ସମାନ କଥା କହି ସେବାୟତ ମାନେ ଆଜି ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଯେଉଁଠି ମନ୍ଦିର ପ୍ରଶାସନର ଲେଟର ପ୍ୟାଡ ଏବଂ ସୁପ୍ରିମକୋର୍ଟଙ୍କ ଜଜମେଂଟ କପିର ନକିଲ ହେଉଛି ସେଠି ନିଶ୍ଚିତ ବଡ ବଡିଆ ଅଧିକାରୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ ଉପୁଜିଛି ।

ମହାପ୍ରଭୁଙ୍କ ନାମରେ ୫୦ ହଜାର ଏକରରୁ ଅଧିକ ଜମି ରହିଛି । ହେଲେ ରେକର୍ଡ ସଂଶୋଧନ ହୋଇନପାରିବାରୁ ଏହା ଏବେ ଜମି ମାଫିଆଙ୍କ କବଜାରେ । ତେଣୁ ଦଲାଲ ମାନେ ନକଲି ଦସ୍ତାବିଜର ସହାୟତା ନେଇ ଜମି ହାତେଇବାକୁ ଷଡଯନ୍ତ୍ର କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe