ଚଳିତଥର ଭଙ୍ଗାହେବ ନାହିଁ ଜଗନ୍ନାଥଙ୍କ ରଥ ! ଜଗନ୍ନାଥ ବଲ୍ଲଭରେ ୩ ରଥ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ

543

କନକ ବ୍ୟୁରୋ : ଭଙ୍ଗା ହେବ ନାହିଁ ଜଗନ୍ନାଥଙ୍କ ରଥ । ଚଳିତବର୍ଷ ତିନି ରଥକୁ ନଭାଙ୍ଗି ମ୍ୟୁଜିୟମରେ ରଖିବାକୁ ସ୍ଥିର କରାଯାଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ତିନି ରଥ ରଖିବା ପାଇଁ ବ୍ୟବସ୍ଥା କରାଯିବ । ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ ଆଲୋଚନା ହୋଇଛି ।

ସିଂହଦ୍ୱାର ସମ୍ମୁଖରେ କିପରି ସୁରକ୍ଷିତ ତିନି ରଥ ଜଗନ୍ନାଥ ବଲ୍ଲଭ ପରିସରକୁ ନିଆଯିବ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ରଥନର୍ମିାଣ ସେବକଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକରେ ଆଲୋଚନା ହୋଇଛି । କିଭଳି ସୁରକ୍ଷିତ ଭାବେ ରଥକୁ ଭାଙ୍ଗି ପୁଣିଥରେ ସଜଡାଯିବ ସେନେଇ ବୈଷୟିକ ଟିମ୍ ମଧ୍ୟ ଗଠନ ହୋଇଛି । ତେବେ ଆବଶ୍ୟକ ହେଲେ ମରାମତି କରି ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।