ବିଦେଶ ମାଟିରେ ଗଡିଲା ଜଗନ୍ନାଥଙ୍କ ରଥ । ସୁଦୂର ଇଂଲଣ୍ଡରେ ଧୁମଧାମରେ ପାଳନ ହେଲା ରଥଯାତ୍ରା

113

କନକ ବ୍ୟୁରୋ : ଇଂଲଣ୍ଡର ସିଟି ଅଫ ବାଥ୍ରେ ରଥଯାତ୍ରା ପାଳିତ ହୋଇଛି । ପାରମ୍ପରିକ ରୀତିନୀତିରେ ବିଦେଶ ମାଟିରେ ପ୍ରବାସୀ ଓଡ଼ିଆ, ବିଦେଶୀମାନେ ରଥଯାତ୍ରା ପାଳନ କରିଛନ୍ତି । ୩ ଠାକୁରଙ୍କୁ ସୁସଜ୍ଜିତ ଟାହିଆ ଲଗାଇ ରଥକୁ ପହଣ୍ଡି କରାଯାଇଥିଲା । ଛେରା ପହଂରା ପରେ ରଥଟଣା ହୋଇଥିଲା । ବାଥ୍ ସହରର ମୁଖ୍ୟ ରାସ୍ତାରେ ମହାପ୍ରଭୁଙ୍କ ରଥ ଗଡ଼ିଥିଲା ।
ହଜାର ହଜାର ଭକ୍ତ ଭାବ ବିଭୋଳର ନାଚି ଉଠିଥିଲେ । ରଥଯାତ୍ରା ପାଳନ ଅବସରରେ ୭୮ ପ୍ରକାରର ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସାଦ ପ୍ରସ୍ତୁତ ସହ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ ।