ରତ୍ନଭଣ୍ଡାର ଗଣତି ନେଇ ପ୍ରତିକ୍ରିୟା ରଖିଲେ ଜଗନ୍ନାଥଙ୍କ ବାଡଗ୍ରାହୀ ଓ ବରିଷ୍ଠ ସେବାୟତ: କହିଲେ ରତ୍ନ ଗଣତି ସମୟ ସାପେକ୍ଷ

64

କନକ ବ୍ୟୁରୋ: ରତ୍ନଭଣ୍ଡାର ଗଣତି ନେଇ ପ୍ରତିକ୍ରିୟା ରଖିଲେ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ରତ୍ନ ଅଳଙ୍କାର ଗଣତି ମଣତି ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହାର ଗଣତି ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଶେଷ ଥର ୧୯୭୮ ମସିହାରେ ମେ ୧୩ରୁ ଗଣତି ଆରମ୍ଭ ହୋଇ ଜୁଲାଇ ୨୩ରେ ଶେଷ ହୋଇଥଲା । ଭିତର ରତ୍ନଭଣ୍ଡାର ମଧ୍ୟରେ ବହୁ ଭଙ୍ଗା ଅଳଙ୍କାର ରହିଛି । ସୁନା ଓ ରୁପା କଏନ ସହ ବହୁ ପଥର ରହିଛି । ଭିତର ରତ୍ନଭଣ୍ଡାର ଅପେକ୍ଷା ବହାର ଭଣ୍ଡାରରେ ଅଧିକ ସୁନା ରହିଛି । ତେଣୁ ପ୍ରଥମେ ବାହାର ରତ୍ନଭଣ୍ଡାରର ଗଣତି କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ । ରତ୍ନଭଣ୍ଡାର ଗଣତି ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଗୁଣ୍ଡିଚା ପୂର୍ବରୁ ଏହାର ଗଣତି କରାଯାଉ ବୋଲି ମତ ରଖିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବରିଷ୍ଠ ସେବାୟତ । ଗତକଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଗଣତି ନେଇ ବସିଥିଲା ବୈଠକ । ଯେଉଁଥିରେ ରଥଯାତ୍ରା ହିଁ ରତ୍ନ ଅଳଙ୍କାର ଗଣତି ପାଇଁ ସଠିକ ସମୟ ବୋଲି କହିଥିଲେ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଏହାପରେ ସେବାୟତଙ୍କ ପକ୍ଷରୁ ଆସିଛି ପ୍ରତିକ୍ରିୟା ।