କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଖୋଲିବ ଶ୍ରୀମନ୍ଦିର । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଛତିଶାନିଯୋଗ ର୍ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଛି । ଭକ୍ତ ମାନେ କେବଳ ପତିତ ପାବନ ଦର୍ଶନ କରୁଛନ୍ତି ।
କରୋନା ସଂକ୍ରମଣ ଆଖି ଆଗରେ ରଖି ପ୍ରଶାସନ ଗତ ୮ ମାସ ହେବ ମନ୍ଦିର ବନ୍ଦ ରଖିଛି । ବର୍ତ୍ତମାନ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାରୁ ମନ୍ଦିର ଖୋଲିବାକୁ ଚିନ୍ତା କରୁଛି ପ୍ରଶାସନ । ଯଦି ମନ୍ଦିର ଖୋଲେ ତେବେ କୋଭିଡ କଟକଣା ପାଳନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/28-22.jpg)