ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଅବଢା ପାଇ ପାରିବେ ବାହାର ଜିଲ୍ଲାର ଭକ୍ତ । ଡ଼ିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର । ଅରୁଣସ୍ତମ୍ଭ ଯାଏଁ ଭକ୍ତଙ୍କ ପ୍ରବେଶ ଉପରେ ଅନୁମତି ଦେବାକୁ ପ୍ରସ୍ତାବ ।

335

କନକ ବ୍ୟୁରୋ : ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଭକ୍ତ ପାଇପାରିବେ ମହାପ୍ରସାଦ । ବରାଦି ମହାପ୍ରସାଦ ପାଇଁ ମଧ୍ୟ ଭକ୍ତମାନେ ଅର୍ଡର ଦେଇପାରିବେ । ତାସହିତ କାର୍ତିକମାସରେ ମହାପ୍ରସାଦ ଯୋଗାଇବା ପାଇଁ ନିଷ୍ପତି ହୋଇଛି । ସୁଆର ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ନେଇ ଆଲୋଚନା କରିଥିଲେ ।

ଏଥିରେ ହୋଇଥିବା ନିଷ୍ପତି ଅନୁସାରେ ହିବଷ୍ୟାଳିମାନେ ଉତରଦ୍ୱାର ଓ ଦକ୍ଷିଣ ଦ୍ୱାର ପଟେ ବିକ୍ରି କରିପାରିବେ ମହାପ୍ରସାଦ । ସେହିଭଳି ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀମନ୍ଦିର । ଏ ନେଇ ସେବାୟତଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ସେହିଭଳି ପତିତପାବନଙ୍କୁ ନିକଟରୁ ଦର୍ଶନ ପାଇଁ ଅରୁଣ ସ୍ତମ୍ଭ ଯାଏଁ ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଲୋକଙ୍କ ମତାମତକୁ ଭିତିକରି ଏହି ପ୍ରସ୍ତାବ ଦିଆଯାଇଛି ।

 

Comments are closed.