ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ।

Advertisment
ଆଜିଠୁ ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ପୁରୀ ସହରବାସୀ । ସେପଟେ ସ୍ୱର୍ଗ ଦ୍ୱାରରେ ଶବଦାହ କଲେ ଜିଲ୍ଲା ବାହାର ଲୋକ । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହେଉଛି ଶବ ସତ୍କାର ।

କନକ ବ୍ୟୁରୋ: ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଆସନ୍ତା ରବିବାରରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଗତ ବର୍ଷ କରୋନା ଆରମ୍ଭରୁ ମନ୍ଦିରକୁ ବନ୍ଦ କରାଯାଇଥିଲା । ପରେ ଦୀର୍ଘଦିନ ଧରି ମନ୍ଦିରକୁ ବନ୍ଦ ରଖାଯାଇଥିଲା । ନିକଟରେ ମନ୍ଦିର ଖୋଲିଥିଲେ ମଧ୍ୟ ରବିବାର ଦର୍ଶନ ବନ୍ଦ ରହୁଥିଲା । ହେଲେ କରୋନା ସଂକ୍ରମଣ କମିବା ପରେ ପ୍ରତିଦିନ ଦର୍ଶନ ବ୍ୟବସ୍ଥା ହୋଇଥିଲା । ହେଲେ ଏବେ ପୁଣି କରୋନା କାୟା ବଢିବାରୁ ମନ୍ଦିର ପ୍ରଶାସନ କଟକଣା ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe