ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ ମାଗିଲା ପୁରୀ ପ୍ରଶାସନ । ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି ।

439

କନକ ବ୍ୟୁରୋ: ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ପୁରୀ ଜିଲ୍ଲା ପ୍ରଶାସନକୁ ଘାରିଲା କରୋନ ଚିନ୍ତା । ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଭକ୍ତଙ୍କ ପାଇଁ ଶନିବାର ଓ ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ତେବେ ଏନେଇ ଆଲୋଚନା ଚାଲିଛି, ଚୂଡାନ୍ତ ନିଷ୍ପତ୍ତି ହୋଇନି । ଜିଲ୍ଲା ପ୍ରଶାସନ ବିଭିନ୍ନ ମହଲରୁ ଏ ସଂକ୍ରାନ୍ତରେ ମତାମତ ଲୋଡୁଛି । ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ସମ୍ଭାବନା ।

ତେବେ କରୋନା କମିବା ପରେ, ଲକଡାଉନ, ସଟଡାଉନ ହଟିବା ପରେ ଶ୍ରୀମନ୍ଦିର ଖୋଲିଛି । କୋଭିଡ ନିୟମ ମାନି ସମସ୍ତେ ମନ୍ଦିରରେ ଦର୍ଶନ କରୁଛନ୍ତି । ସବୁଦିନ ଅପେକ୍ଷା ଶନିବାର ଓ ରବିବାର ଭକ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ବନ୍ଦ ପାଇଁ ନିଷ୍ପତ୍ତି ହୋଇପାରେ । ତେବେ ସରକାରୀ ସ୍ତରରେ ଏନେଇ ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି । କିନ୍ତୁ ଔପଚାରିକ ଭାବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି କୁହାଯାଇ ନାହିଁ ।