କନକ ବ୍ୟୁରୋ : ଆଜି ସପ୍ତମୀ ତିଥି । ଆଜିଠୁ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ନେବେ । ଅର୍ଥାତ୍ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେଣୁ ଗୁଣ୍ଡିଚା ମନ୍ଦିରରେ ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି । ରଥଯାତ୍ରା ପରଠାରୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଦକ୍ଷିଣ ମୋଡ ନେବା ପୂର୍ବରୁ ପୂର୍ବରୁ ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ । ଏଥିପାଇଁ ମଧ୍ୟାହ୍ନ ସାଢେ ୧୨ଟା ସ୍ଥିର ହୋଇଛି । ଏହି ଅଜ୍ଞାମାଳ ରଥରେ ଲାଗି ହେବ । ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ନେବ । ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ । ବାହୁଡା ଯାତ୍ରା ପୂର୍ବରୁ ଗତକାଲି ତିନି ରଥର ମରାମତି କାମ ଶେଷ ହୋଇଛି ।
ସେହିପରି ଆଡ଼ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ । ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କରିଥିବା ଅଭିମାନକୁ ରଥ ଉପରେ ସୁଝାଇଛନ୍ତି । ନନ୍ଦିଘୋଷ ରଥ ଭାଙ୍ଗି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଛନ୍ତି ।