କାଳିଆର କୁନି ସେବାୟତ ! ୨୯ ଦିନର ଶିଶୁ ହେଲେ ଜଗନ୍ନାଥ ମନ୍ଦିରର ସେବାୟତ, ମହାପ୍ରଭୁଙ୍କ ସେବା ପାଇଁ ମିଳିଲା ଅଧିକାର

116

କନକ ବ୍ୟୁରୋ : ଚର୍ଚ୍ଚାରେ ଜଗନ୍ନାଥଙ୍କ କୁନି ସେବାୟତ । ୨୯ ଦିନର କୁନି ଶିଶୁ ସାମିଲ ହେଲେ ଜଗନ୍ନାଥଙ୍କ ପରିବାରରେ । ମହାପ୍ରଭୁଙ୍କ ପ୍ରମୁଖ ସେବକ ହେଉଛନ୍ତି ଦଇତାପତି ସେବାୟତ । ଜଗନ୍ନାଥଙ୍କ ଅଣସର ସମୟରେ ଦଇତାପତିଙ୍କୁ ମିଳିଥାଏ ସ୍ୱତନ୍ତ୍ର ସେବା । ଏହି ସେବାରେ ସାମିଲ ହୋଇଛନ୍ତି ୨୯ ଦିନର କୁନି ଦଇତାପତି । ଶିଶୁ ସେବାୟତ ଜଣକ ଶ୍ରୀମନ୍ଦିର ଭିତରେ ଅଣସର ଘରେ ପହଁଚିବା ପରେ ପିଲାଟିକୁ ମିଳିଛି ସେବାୟତର ଅଧିକାର । ଏଥିସହ ଶିଶୁ ଦଇତାପତିଙ୍କ ପ୍ରାପ୍ୟ ପାଉଣା ଲାଗୁ ହୋଇଥିବା ବେଳେ ଦଇତାପତିଙ୍କ ଭାଗାରି ବା ଭାଇ ଭାବେ ପରିଗଣିତ ହୋଇଛନ୍ତି ।

ବୁଧବାର ସନ୍ଧ୍ୟାରେ ଦଇତାପତି ବଂଶର ଜଣେ ସେବକଙ୍କ ୨୯ ଦିନର ଶିଶୁପୁତ୍ରକୁ ଶ୍ରୀମନ୍ଦିରକୁ ଅଣାଯାଇଥିଲା ଏବଂ ବିଧି ମୁତାବକ ସେ ଜଗନ୍ନାଥଙ୍କ ପରିବାର ସମ୍ପର୍କୀୟ ଭାବେ ଭାବେ ପରିଗଣିତ ହୋଇଥିଲେ । ସାଧାରଣତଃ ଦଇତାପତି ପରିବାରରେ ଜନ୍ମ ନେଉଥିବା ଶିଶୁ ୨୧ ଦିନର ହେବା ପରେ ଜଗନ୍ନାଥଙ୍କ ଶରଣ ପଶି ମହାପ୍ରଭୁଙ୍କ ଭାଗାରି ହୋଇଥାଏ । ଆଉ ଏବେ ଏହି କୁନି ଶିଶୁ ମହାପ୍ରଭୁଙ୍କ ସେବାୟତ ହେବା ସହ ସର୍ବକନିଷ୍ଠ ସେବାୟତର ମାନ୍ୟତା ପାଇଛନ୍ତି ।