ଏଣିକି ଭକ୍ତଙ୍କ ପାଇଁ ଶନିବାର ବି ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କଣ ରହିଛି ଗାଇଡଲାଇନ ?

170

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ବଢିଲା ଜଗା ଦର୍ଶନ ଅବଧି । ଭକ୍ତଙ୍କ ପାଇଁ ଏଣିକି ୬ ଦିନ ଖୋଲିବ ଶ୍ରୀମନ୍ଦିର । ଏଣିକି ସପ୍ତାହକୁ ୬ ଦିନ ସାଆନ୍ତେଙ୍କ ଦର୍ଶନ କରିପାରିବେ ଭକ୍ତ । କେବଳ ରବିବାରକୁ ଛାଡି ଅନ୍ୟ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । କଟକଣା ହଟିବା ପରେ ଶନିବାର ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ।  ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ କାଳିଆ ଦର୍ଶନ କରିପାରୁଥିଲେ ଭକ୍ତ । ରବିବାର ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । କେବଳ ରବିବାର ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ରହିବ ।

ତେବେ ପୂର୍ବଭଳି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇଟି ଡୋଜ ଟୀକା ନେଇନଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହାବାଦ୍ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥ୍ା ନେଇ ଏସଓପି ବୈଠକରେ ନିଷ୍ପତ୍ତି ହୋଇଛି ।