କନକ ବ୍ୟୁରୋ : ଶ୍ରୀମନ୍ଦିରରେ ୩ ଦିନ ଧରି ଚାଲିଥିବା ଅବଳାବସ୍ଥା ଦୂର ହୋଇନାହିଁ । ମହାପ୍ରଭୁଙ୍କ ନିକଟରେ କୋଠଭୋଗ ହେଉଥିଲେ ବି ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଉପାସରେ ଅଛି ଭକ୍ତ । ମହାପ୍ରସାଦ ନ ବାହାରିବାରୁ ୩ ଦିନ ହେଲାଣି ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ନିରାଶ ହୋଇଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଚତୁର୍ଥ ଦିନରେ ମହାପ୍ରସାଦ ବାହାରିବ କି ନାହିଁ ସେ ନେଇ ସନ୍ଦେହରେ ଅଛନ୍ତି ଭକ୍ତ । ସେବା ଭୁଲିଛନ୍ତି ସେବାୟତ । ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇଛି । କିନ୍ତୁ ହଜାର ହଜାର ଭକ୍ତ ମହାପ୍ରସାଦରୁ ବଂଚିତ ହୋଇଛନ୍ତି । ଗତକାଲି କୋଠଭୋଗ ଭକ୍ତଙ୍କୁ ବଂଟା ଯାଇଥିଲା । ପ୍ରଶାସନ ସହ ବିବାଦ ଯୋଗୁଁ ଅବଢା ବାହାର କରିବାକୁ ମନାକରିଦେଇଛନ୍ତି ସୁଆର-ମହାସୁଆର ସେବାୟତ । ୩ ଦିନ ତଳେ ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ସୁଆର ମହାସୁଆର ନିଯୋଗ ।
ସେଟେ ଶ୍ରୀମନ୍ଦିରରେ ଅଚଳାବସ୍ଥା ଲାଗିରହିଥିବାବେଳେ ରଥଯାତ୍ରା ନୀତି ଆରମ୍ଭରୁ ବିଳମ୍ବ ହୋଇଛି । ରାତିରେ ହୋଇଛି ରଥକାଠ ଅନୁକୂଳ । ଚାପଖେଳ ବି ବିଳମ୍ବିତ ହୋଇଛି । ଅପରାହ୍ନ ୩ଟାରେ ହେବାକୁ ଥିବା ରଥକାଠ ଅନୁକୂଳ ସନ୍ଧ୍ୟା ୭ଟାରେ ସରିଥିଲା । ସେହିଭଳି ଶ୍ରୀମନ୍ଦିରରେ ବିଶୃଙ୍ଖଳା ଲାଗିରହିିଥିବା ବେଳେ ପୁରୀରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ବିଳମ୍ବରେ ଚାପକୁ ବାହାରିଥିଲେ ଶ୍ରୀବିଗ୍ରହ । ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗାରେ ପ୍ରଭୁ ଜଳକ୍ରୀଡା କରିଛନ୍ତି । ପ୍ରବଳ ଖରାରୁ ଉପଶମ ଦେବା ପାଇଁ ଶ୍ରୀଜିଉମାନଙ୍କ ବିଜେ ପ୍ରତିମାଙ୍କୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳାଯାଇଛି । ମହାପ୍ରଭୂଙ୍କ ଆଜ୍ଞାମାଳ ନେଇ ଭୂଦେବୀ ଶ୍ରୀଦେବୀଙ୍କ ସହ ଜଳକ୍ରୀଡା କରିଛନ୍ତି ମଦନମୋହନ । ନରେନ୍ଦ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଚନ୍ଦନଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/jagannath-temple-puri.jpg)
/kanak/media/post_attachments/wp-content/uploads/2018/04/5cacbef65c00cc6ba91a0357323f4f6c-300x201.jpg)