ସୁନାବେଶରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

କହିଲେ ଲୋକ ଜାଣନ୍ତୁ କ’ଣ ରହିଛି ଠାକୁରଙ୍କ ଅଳଙ୍କାର; ବ୍ୟବହାର କରିବା ପାଇଁ ଦେଲେ ପରାମର୍ଶ

261

କନକ ବ୍ୟୁରୋ : ଶ୍ରୀଜିଉଙ୍କ ସୁନାବେଶରେ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ରତ୍ନଭଣ୍ଡାର ଖୋଲିବାକୁ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଏହାସହ ରତ୍ନଭଣ୍ଡାରରେ ଥିବା ପ୍ରଭୁଙ୍କ ଅଳଙ୍କାର ପ୍ରଭୁ ବ୍ୟବହାର କରନ୍ତୁ ଏବଂ ତାଙ୍କ ପାଇଁ ନୂଆ ଅଳଙ୍କାର ନିର୍ମାଣ କରାଯାଉ ବୋଲି ଦାବି ରଖିଛନ୍ତି । ସେହିପରି ପ୍ରଭୁଙ୍କର କେତେ ଅଳଙ୍କାର ରହିଛି ତାହା ଜନସାଧାରଣ ଜାଣନ୍ତୁ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

୨୦୨୧ ସାଧାରଣ ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଶ୍ଚିମବଙ୍ଗ ଯାଇ ପୂଜାର୍ଚ୍ଚନା କରିବାକୁ ନିମନ୍ତ୍ରଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ଏହାପରେ ଫଳାଫଳା ଆସିଥିଲା ଏବଂ ସେ ବିଜୟୀ ହୋଇଥିଲେ । ବିଜୟ ପରେ ମଧ୍ୟ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଥିଲେ ମମତା । କିନ୍ତୁ ଏବେ ରଥଯାତ୍ରା ଥିବାରୁ ସେ ମହାହବିଷ ପାଳନ କରୁଛନ୍ତି ଏବଂ ରଥଯାତ୍ରା ପରେ ସେ ପଶ୍ଚିମବଙ୍ଗ ଯିବେ ବୋଲି ମମତା ବାନାର୍ଜୀଙ୍କୁ କହିଥିବା କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।