ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା : ମହାପ୍ରଭୁଙ୍କ ପାଇଁ ଲୋଡାପଡେ ଖଣ୍ଡୁଆ ପାଟ, ତିଆରି କଲେ ନୂଆପାଟଣାର ବିଶ୍ୱନାଥ ଗୁଇଁ

110

କନକ ବ୍ୟୁରୋ : ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ଲୋଡା ପଡେ ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । କଟକ ତିଗିରିଆ ବ୍ଲକର ପ୍ରସିଦ୍ଧ ହସ୍ତତନ୍ତ ଗାଁ ନୂଆପାଟଣାରେ ଅତ୍ୟନ୍ତ ନିଷ୍ଠାର ସହ ଏହି ପାଟ ତିଆରି କରିଛନ୍ତି । ଖଣ୍ଡୁଆ ପାଟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରଶାସନ ନିକଟରେ ପହଞ୍ଚି ସାରିଛି । ଗୁଣ୍ଡିଚା ଯାତ୍ରା ପାଇଁ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରାୟ ୬ ମାସ ଆଗରୁ ଆରମ୍ଭ ହୋଇଥାଏ ।

ପାଟ ପ୍ରସ୍ତୁତି ସମୟରେ ହସ୍ତତନ୍ତ କାରିଗର ବିଶ୍ୱନାଥ ଗୁଇଁଙ୍କ ପରିବାର ହବିସନ୍ନ ଭକ୍ଷଣ କରିବା ସହ ସମସ୍ତ ନୀତିନିୟମ ପାଳନ କରନ୍ତି । ପୁରୁଷାନୁକ୍ରମେ ଶ୍ରୀମନ୍ଦିର ପ୍ରଶାସନକୁ ବିଶ୍ୱନାଥଙ୍କ ପରିବାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି । ଗୀତଗୋବିନ୍ଦ ଖଣ୍ଡୁଆପାଟ ବ୍ୟତୀତ ସ୍ନାନ ପୂର୍ଣ୍ଣିମା, ଖଳିଲାଗି ଏକାଦଶୀ, ବାହୁଡା ଯାତ୍ରା, ସୁନାବେଶ. ନୀଳାଦ୍ରି ବିଜେ ଆଦି ନୀତିରେ ବ୍ୟବହୃତ ପାଟ ବିଶ୍ୱନାଥ ନିଜ ଘରେ ପ୍ରସ୍ତୁତ କରିଥାନ୍ତି ।