ପୂର୍ବବର୍ଷ ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣା କଶିୟସନେସ୍ (ଇସ୍କନ୍) ଦ୍ୱାରା ଜମ୍ମୁରେ ଜଗନ୍ନାଥ ରଥଯାତ୍ରାର ଆୟୋଜନ କରାଯାଇଥିଲା । ଏହି ରଥଯାତ୍ରାରେ ଜମ୍ମୁ ବ୍ୟତିତ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁ ମଧ୍ୟ ସାମିଲ ହୋଇଥିଲେ । ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ଉତ୍ସବରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅଭିଳାଷରେ ସାମିଲ ହୋଇଥିଲେ । ରାଧା-କୃଷ୍ଣଙ୍କ ଭଜନ ସହ ଦ୍ୱିପ୍ରହର ୧୨ ଟା ସମୟରେ ରଥଯାତ୍ରା ଆରମ୍ଭ ହୋଇଥିଲା ।
ଛାବନି ସ୍ଥିତ ରେଡକ୍ରସ୍ ଭବନରୁ ଆରମ୍ଭ ହୋଇଥିବା ରଥଯାତ୍ରା ପରେଡ୍ , ଶାଲାମାର,କନକ ମଣ୍ଡୀ ,ରାଜେନ୍ଦ୍ର ବଜାର ,ସହିଦି ଚୌକ,ରଘୁନାଥ ମନ୍ଦିର , ହରି ମାର୍କେଟ୍ , ଇନ୍ଦିରା ଚୌକ,ଗୁମ୍ମଟ,ବିନାୟକ ବଜାର,ଡୋଗରା ଚୌକ,ଜୟୁଲ୍ ,କେନାଲ୍ ରୋଡ୍ , ସରକାରୀ ଗେଷ୍ଟ ହାଉସ୍ , ତାଲାବ୍ ତିଲ୍ଲୋ ,ବୋହଡି ରୁ ଆରମ୍ଭ କରି କାଶ୍ମୀର ହିଲ୍ସ ରିଜାର୍ଟ ପାଟା ବୋହଡି ପହଂଚି ସମ୍ପର୍ଣ୍ଣ ହୋଇଥିଲା ।
ଆପଣଙ୍କୁ କହିରଖୁଛୁ ଗତ ୩ ବର୍ଷ ଧରି ଜମ୍ମୁର ଇସ୍କନ୍ ତରଫରୁ ଏହି ଯାତ୍ରା ବାହାର କରାଯାଉଛି । ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ସିଟି ପାଲେସ୍ ରେ ମହା ଆରତୀ ଉତ୍ସବର ଆୟୋଜନ କରାଯାଏ ଏବଂ ଜମ୍ମୁ ଲୋଚନ ହଲ୍ ରେ ସଂକୀର୍ତ୍ତନ କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/maxresdefault-1-2.jpg)
/kanak/media/post_attachments/wp-content/uploads/2019/06/Shree-Jagannath-Rath-Yatra-4-1-300x177.jpg)
/kanak/media/post_attachments/wp-content/uploads/2019/06/252019232324433-1-300x177.jpg)