ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଇଚ୍ଛାପତ୍ରକୁ ନେଇ ଚର୍ଚ୍ଚା: ଲେଖିଲେ, ଶେଷ ସମୟରେ ଲଗାନଯାଉ ଲାଇଫ୍ ସପୋର୍ଟ ସିଷ୍ଟମ

190

କନକ ବ୍ୟୁରୋ: ଜଗନ୍ନାଥ ପ୍ରସାଦ ଦାସ । ଓଡିଆ ସାହିତ୍ୟ କ୍ଷେତ୍ରରେ ଏହି ପ୍ରବୀଣ ସାହିତ୍ୟକଙ୍କ ଇଛାପତ୍ର ଏବେ ଚର୍ଚ୍ଚାକୁ ଆସିଛି । ୮୪ ବର୍ଷ ବୟସ୍କ ଏହି ପୂର୍ବତନ ଆଇଏଏସ ଅଫିସରଙ୍କ ଜୀବନୀ ପୁସ୍ତକରୁ ଏକ ରୋଚକ ଓ ପ୍ରେରଣାଦାୟୀ କଥା ସାମ୍ନାକୁ ଆସିଛି । ଜଗନ୍ନାଥ ପ୍ରସାଦ ଦାସଙ୍କ ଏହି ଜୀବନୀ ଲେଖିଛନ୍ତି ଡକ୍ଟର ରବିନାରାୟଣ ମହାରଣା । ଏହି ପୁସ୍ତକରେ ଜଗନ୍ନାଥ ପ୍ରସାଦଙ୍କ ଇଛାପତ୍ର ପ୍ରକାଶ ପାଇଛି ।
ଇଛାପତ୍ରରେ ଜଗନ୍ନାଥପ୍ରସାଦ ଲେଖିଛନ୍ତି ତାଙ୍କର ମରିବାର ଅଧିକାର ଅଛି । ତେଣୁ ସେ କେମିତି ମୃତ୍ୟୁବରଣ କରିବାକୁ ଇଚ୍ଛା କରନ୍ତି, ସେ ବିଷୟରେ ଉଲ୍ଲେଖ କରିଛନ୍ତି ।
ସେ ଲେଖିଛନ୍ତି,

ଯେତେବେଳେ ମୁଁ ୭୮ ବର୍ଷ ଅତିକ୍ରମ କଲି, ମୁଁ ସ୍ଥିର କଲି ଯେ ମୁଁ ଆଉ ଦୁଇ ବର୍ଷର ଜୀବନ ପାଇଁ ଯୋଜନା କରିବି । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଁ ମୋର କାମ କରିଆସୁଛି । ତଥାପି, ଯେହେତୁ ମୁଁ ଜାଣେନାହିଁ ଯେ, ମୁଁ କେବେ ପ୍ରାଣତ୍ୟାଗ କରିବି , କିମ୍ବା କେଉଁଠାରେ ଓ କିପରି ଏହା ଘଟିବ, ତେବେ ସମସ୍ତ ୍ଘଟଣା ପାଇଁ ଜଣେ ପ୍ରସ୍ତୁତ ରହିବାକୁ ପଡିବ । .. ମୁଁ ମରିବାର ଅଧିକାରରେ ବିଶ୍ୱାସ କରେ ଏବଂ ଇଚ୍ଛା କରେ । ଯେତେବେଳେ ମୁଁ ସେହିଭଳି ଶାରୀରିକ ଅବସ୍ଥାକୁ ଆସିବି. ଯାହା ଅଧିକ ଯନ୍ତ୍ରଣାଦାୟକ ଅଟେ, ମୁଁ ମୋର ଯତ୍ନ ନେବାକୁ ଅସମର୍ଥ ହେବି ଏବଂ ଅନ୍ୟମାନଙ୍କ ପାଇଁ ମୁଁ ବୋଝ ହୋଇପାରେ, ମୃତ୍ୟକୁ ବାଛିବାକୁ ନିଷ୍ପତି ନେବାକୁ ଅନୁମତି ଦିଅନ୍ତୁ । ଯଦି ମୋର ଶାରୀରିକ ମାନସିକ ଅ୍ରବସ୍ଥା ଏପରି ଯେ ମୁଁ କୌଣସି ନିଷ୍ପତିି ନେଇପାରିବି ନାହିଁ, ମୁଁ ଏକ ଭେଜିଟେବୁଲ ଭଳି ତଥାକଥିତ ଜୀବନ ବଂଚିବାକୁ ଚାହେଁନାହିଁ । ଯେ କୌଣସି ଔଷଧ ଓ ଲାଇଫ ସପୋର୍ଟ ସିଷ୍ଟମ ଯାହା ମୋର ମୃତ୍ୟୁକୁ ଅଧିକ ବିଳମ୍ବିତ କରିପାରେ , ତାହା ପ୍ରତ୍ୟାହାର କରାଯାଇପାରେ ଏବଂ ମୋତେ ଏକ ଶାନ୍ତିପୂର୍ଣ୍ଣ ଭାବରେ ମରିବାକୁ ଅନୁମତି ଦିଆଯିବା ଉଚିତ । ..ମୋର ଇଛା ଡାକ୍ତରଖାନାରେ ନୁହେଁ, ଘରେ ମୋର ଶେଷ ନିଶ୍ୱାସ ଯାଉ ।
ନିଜ ଇଛାପତ୍ରରେ ଏହି ବିଶିଷ୍ଟ ସାହିତ୍ୟିକ ଲେଖିଛନ୍ତି, ମୃତ୍ୟୁ ଜାଣି ମଧ୍ୟ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାନଯାଉ । ମୃତ୍ୟୁକୁ ଏଭଳି ଯନ୍ତ୍ରଣାଦାୟୀ ବ୍ୟବସ୍ଥାରେ ସେ ବିଳମ୍ବିତ କରିବାକୁ ଚାହାନ୍ତିନାହିଁ ବୋଲି ଲେଖିଛନ୍ତି ।

ମୁଁ ଯଦି ଦିଲ୍ଲୀ ବ୍ୟତୀତ ଅନ୍ୟ ସ୍ଥାନରେ ପ୍ରାଣତ୍ୟାଗ କରିବି , ମୋର ଅସ୍ଥାବର ସମ୍ପତି ମୋ ପତ୍ନୀ ମିତ୍ର ଦାସଙ୍କ ନିକଟକୁ ଯିବ ଏବଂ ତାଙ୍କ ସହ ଯୋଗାଯୋଗ କରିବା ପରେ ସେଗୁଡିକର ବ୍ୟବସ୍ଥା କରାଯାଇପାରେ । ମୋର ଦାତା ପଂଜିକରଣ ସଂଖ୍ୟା ହେଉଛି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ । ମୁଁ ମୋର ଶରୀରକୁ ଅର୍ଗାନ ରିଟ୍ରିଭାଲ ବ୍ୟାଙ୍କିଙ୍ଗ ସଂଗଠନକୁ ହସ୍ତାନ୍ତର କରିବାକୁ ଇଛା କରୁଛି ।..

ଯଦି ମୋର ମୃତ୍ୟୁ ଦିଲ୍ଲୀ ବାହାରେ ଘଟେ , ତଥାପି ଦିଲ୍ଲୀ ନମ୍ବରକୁ କଲ କରନ୍ତୁ ସିଏ ସଂଯୋଜନା କରିବେ । ..
ନିଜ ଇଛାପତ୍ରରେ ମୃତ୍ୟୁପରେ ତାଙ୍କର କ୍ରିୟାକର୍ମ କେମିତି ହେବା ଉଚିତ, ସେ ବିଷୟରେ ଉଲ୍ଲେଖ କରିଛନ୍ତି ଜେ.ପି.ଦାସ । ସେ ଲେଖିଛନ୍ତି, ତାଙ୍କ ମରଶରୀରକୁ ଏକ ସଂସ୍ଥାକୁ ଦାନ କରିଦିଆଯିବ । କୌଣସି କ୍ରିୟାକର୍ମ ନ କରିବାକୁ ସେ ଉଲ୍ଲେଖ କରିଛନ୍ତି

ମୋ ମୃତ ଶରୀରର କୌଣସି ଫଟୋଗ୍ରାଫ ନିଆଯିବା ଉଚିତ ନୁହେଁ କିମ୍ବା ମୋ ମୃତ ଦେହର ଚାରିପାଖରେ ଭିଡ଼ ନ କରିବାକୁ ମୋର ଇଚ୍ଛା । ମୋ ଶରୀରକୁ ଚୁପଚାପ ଅର୍ଗାନ ରିଟ୍ରିଭାଲ ବ୍ୟାଙ୍କିଙ୍ଗ ଅର୍ଗାନାଇଜେସନକୁୁ ହସ୍ତାନ୍ତର କରାଯିବା ଦରକାର । ଯଦି ଏହା ସମ୍ଭବ ନ ହୁଏ, ତେବେ ଇଲେକଟ୍ରିକ କ୍ରିମେଟୋରିୟମରେ ପୋଡି ଦିଆଯାଉ । ମୋ କ୍ରିୟାକର୍ମରେ କୌଣସି ଧାର୍ମିକ ରୀତିନିତି ସ୍ଥାନ ପାଇବାକୁ ମୁଁ ଚାହେଁ ନାହିଁ । କୌଣସି ଶୋକସଭା କରାନଯାଉ । ମୋ ମୃତ୍ୟୁ ପରେ ମୋ ସମ୍ପତ୍ତି ମୋ ପତ୍ନୀଙ୍କ ପାଖକୁ ଯିବ ଓ ତାଙ୍କ ପରେ ଝିଆ ମୋନାଲିଜା ଦାସଙ୍କ ପାଖକୁ ଯିବ ।