କନକ ବ୍ୟୁରୋ: ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳପାଇଁ ସମୟ ଦେଇପାରୁନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଲେ ଜଗନ୍ନାଥ । ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ ପ୍ରଧାନ । ତେବେ ହଠାତ୍ କାହିଁକି ବିଜେପିକୁ ବାଏ ବାଏ କଲେ ଜଗନ୍ନାଥ ପ୍ରଧାନ ଏନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପଟେ ଭୁବନେଶ୍ୱର ସାଂଗଠନିକ ଦାୟିତ୍ୱ ଜଗନ୍ନାଥଙ୍କୁ ଦିଆଯିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଦଳ ବାବୁ ସିଂଙ୍କୁ ଦାୟିତ୍ୱ ଦେଇଛି । ଏହି ଚୟନ ନେଇ ଜଗନ୍ନାଥ ପ୍ରଧାନ ଅସନ୍ତୁଷ୍ଟ ଥିବା ମଧ୍ୟ ବିଭିନ୍ନ ରାଜନୈତିକ ମହଲରେଚର୍ଚ୍ଚା ହେଉଛି । ତେଣୁ ଏହିକାରଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଖୋରାକ ଯୋଗାଇଛି । କିନ୍ତୁ ଜଗନ୍ନାଥ ରାଜ୍ୟ ବିଜେପି ସଭାପତିଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/7-2.jpg)