କନକ ବ୍ୟୁରୋ: ମହାପ୍ରଭୁଙ୍କ ମାନବୀୟ ଲୀଳା । ବଡ଼ ଭାଇ ଓ ସାନ ଭଉଣୀଙ୍କୁ ଧରି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିବା ବିଧି ରହିଛି । ଘୋଷଯାତ୍ରା ପରେ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ବେଳେ ମହାଲକ୍ଷ୍ମୀ ତାଙ୍କ ବାଟ ଓଗାଳିଇବା ପରମ୍ପରା ରହିଛି ।
ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ । ରଥଯାତ୍ରାର ଅନ୍ତିମ ପର୍ବରେ ଏହି ରୀତିନୀତି ପାଳିତ ହୁଏ । ଦାମ୍ପତ୍ୟ ଜୀବନର ଏହି ମାନ ଅଭିମାନକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଏ । ଜଗତର ଠାକୁର ଜଗନ୍ନାଥ ମଧ୍ୟ ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମାଗିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-23-21h13m11s984.png)