ଜଗନ୍ନାଥ ଏକ୍ସପ୍ରେସରେ ଜଗନ୍ନାଥଧାମ… ରାଜ୍ୟବାସୀଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ପୁରୀକୁ ଗଡ଼ିବ ବସ୍ ।

522

କନକ ବ୍ୟୁରୋ: ସୁବିଧା ହେବ ଶ୍ରୀକ୍ଷେତ୍ରରେ ପହଞ୍ଚିବା । ଏଣିକି ପୁରୀରେ ପହଞ୍ଚିବା ଭକ୍ତଙ୍କ ପାଇଁ ସହଜ ହେବ । କାରଣଆଜିଠୁ ଜଗନ୍ନାଥଧାମକୁ ଜଗନ୍ନାଥ ଏକ୍ସପ୍ରେସ ଗଡିବ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି ।

ଶ୍ରୀମନ୍ଦିର ଦର୍ଶନ ସହଜ ପାଇଁ ଜିଲ୍ଲା ସଦର ମହକୁମାରୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବା ପରେ ଏହା ପୁରୀକୁ ଗଡିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । ଲକ୍ଷ୍ମୀ ଯୋଜନାରେ ଏହି ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଆସିବ ।

ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରୁ ପୁରୀକୁ ଗଡିବ ବସ୍ । ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନର ପରିକଳ୍ପନା କରିଛନ୍ତି ।