ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ।

Advertisment
ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ।

କନକ ବ୍ୟୁରୋ: ଜୟପୁରରୁ ପୁରୀକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍ । ଜୟପୁରରୁ ବାହାରି କୋରାପୁଟ ହୋଇ ପୁରୀରେ ପହଞ୍ଚିିବ ବସ୍ । ଆଦିବାସୀ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପୁରୀକୁ ଯିବା ପାଇଁ କୌଣସି ସିଧାସଳଖ ବସର ସୁବିଧା ନଥିଲା । ଏବେ ଏହି ବସ୍ ଗଡ଼ିବା ପରେ ଅଞ୍ଚଳବାସୀ ଯାତାୟତର ସୁବିଧା ପାଇବେ । ଗତକାଲି ଏହି ସେବାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପୁରୀକୁ ସବୁ ଜିଲ୍ଲାରୁ ଶ୍ରଦ୍ଧାଳୁ କିପରି ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ଆରମ୍ଭ ହୋଇଛି ଏହି ନୂତନ ବସ୍ ସେବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe