କନକ ବ୍ୟୁରୋ: ଜୟପୁରରୁ ପୁରୀକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍ । ଜୟପୁରରୁ ବାହାରି କୋରାପୁଟ ହୋଇ ପୁରୀରେ ପହଞ୍ଚିିବ ବସ୍ । ଆଦିବାସୀ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପୁରୀକୁ ଯିବା ପାଇଁ କୌଣସି ସିଧାସଳଖ ବସର ସୁବିଧା ନଥିଲା । ଏବେ ଏହି ବସ୍ ଗଡ଼ିବା ପରେ ଅଞ୍ଚଳବାସୀ ଯାତାୟତର ସୁବିଧା ପାଇବେ । ଗତକାଲି ଏହି ସେବାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପୁରୀକୁ ସବୁ ଜିଲ୍ଲାରୁ ଶ୍ରଦ୍ଧାଳୁ କିପରି ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ଆରମ୍ଭ ହୋଇଛି ଏହି ନୂତନ ବସ୍ ସେବା ।

Advertisment