ଜଗନ୍ନାଥଙ୍କ ପରି ୟାଙ୍କର ବି ନାହିଁ ହାତ । ତଥାପି ଚଳାଇଛନ୍ତି ସଂସାର ରଥ । ଦିବ୍ୟାଙ୍ଗ ହୋଇ ବି କରିଛନ୍ତି ଦୋକାନ ।

ଜଗନ୍ନାଥଙ୍କ ପରି ୟାଙ୍କର ବି ନାହିଁ ହାତ । ତଥାପି ଚଳାଇଛନ୍ତି ସଂସାର ରଥ । ଦିବ୍ୟାଙ୍ଗ ହୋଇ ବି କରିଛନ୍ତି ଦୋକାନ ।

କନକ ବ୍ୟୁରୋ: ବଡ଼ ଦେଉଳରେ ଅଛନ୍ତି ଅଧାଗଢା ଜଗନ୍ନାଥ। ନିଜର ହାତ ପାଦ ନାହିଁ ସିନା କିନ୍ତୁ ସେ ବିଶ୍ବନିୟନ୍ତା । ସାରା ଜଗତକୁ ଉଦ୍ଧାର କରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ କାରିଗର ଅଧା ଗଢିଥିବା ବେଳେ, ଖୋର୍ଦ୍ଧା ବାଘମାରିର ଜାଗାଙ୍କୁ ଅଧା ଗଢିଛନ୍ତି ଭଗବାନ । ତାଙ୍କର ଗୋଡ଼ ଅଛି ହେଲେ ହାତ ଅଧା ଗଢ଼ା। ତଥାପି ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି ଜଗନ୍ନାଥ। ଶାରୀରିକ ଅକ୍ଷମତାକୁ ବେଖାତିର କରି ଦୋକାନଟିଏ କରି ନିଜେ ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି ।

ପିଲାଟି ଦିନରୁ ପାଠପଢା ପ୍ରତି ଆଗ୍ରହ ଥିଲା। ଜଗନ୍ନାଥ ନିଜ ସାଧ୍ୟ ଅନୁସାରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ କରିଛନ୍ତି। ଆଗକୁ ଉଚ୍ଚ ଶିକ୍ଷାର ଆଶା ଥିଲେ, ବି ଅର୍ଥାଭାବ ପ୍ରତିବନ୍ଧକ ସାଜିଲା । ତେଣୁ ପାଠପଢା ଛାଡି ଚାକିରୀ ପାଇଁ ଅନେକ ଚେଷ୍ଟା କରିଛନ୍ତି। ସେଥିରେ ନିରାଶ ହେବାରୁ ଧାର ଉଦ୍ଧାର କରି ଦୋକାନଟିଏ କରିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି, ଚାରି ପ୍ରାଣୀ କୁଟୁମ୍ବ ପୋଷୁଛନ୍ତି। କାହା ଉପରେ ବୋଝ ନହୋଇ, ନିଜେ ରୋଜଗାର କ୍ଷମ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଗନ୍ନାଥ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe