ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି: ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା

76

କନକ ବ୍ୟୁରୋ: ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା । ସିଂହଦ୍ୱାର ଓ ଏହାର ଚତୁର୍ପାଶ୍ୱରେ ୧୪୪ ଧାରା । କାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପ୍ରଦୂଷଣ ଓ ଜନସମାଗମକୁ ରୋକିବାକୁ ପ୍ରଶାସନର ନିଷ୍ପତ୍ତି । ସେହିପରି ଆସନ୍ତାକାଲି ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ ।

ପୂର୍ବରୁ ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା । ତେବେ ଅନ୍ୟଦିନ ମାନଙ୍କରେ ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ । କିମ୍ବା ଡବଲ ଡୋଜ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ । କୋଭିଡ୍ ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ବଳବତ୍ତର ରହିବ ।