ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ବସ୍ । ଆଜିଠାରୁ ଆରମ୍ଭ ହେଉଛି ଜଗନ୍ନାଥ ଏକ୍ସପ୍ରେସ । ସଂଧ୍ୟା ୫ଟାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

1,295

କନକ ବ୍ୟୁରୋ: ଆଜିଠାରୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ । ପରବର୍ତି ପର୍ଯ୍ୟାୟରେ ପ୍ରତି ପଂଚାୟତରୁ ପୁରୀକୁ ଗଡିବ ବସ୍ । ଏନେଇ ପଞ୍ଚାୟତ ରାଜ ବିଭାଗକୁ ଚିଠି ହୋଇଛି । ୨୧ ତାରିଖରୁ ପ୍ରତି ପଞ୍ଚାୟତରୁ ବାହାରିବ ବସ୍ । ଯାତ୍ରୀଙ୍କୁ ନେଇ ପୁରୀ ଯିବ ବସ୍ । ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରୁଛନ୍ତି । ଆଜି ସନ୍ଧ୍ୟା ୫ଟାରେ ଜଗନ୍ନାଥ ଏକ୍ସପ୍ରେସ୍ ଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।