କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଭୋଟିଂ ଶେଷ ହୋଇ ଯାଇଛି ଏବେ ଫଳାଫଳକୁ ଅପେକ୍ଷା । ଗୋଟିଏ ପଟେ ଜଗନମୋହନ ରେଡ୍ଡୀ, ଯାହାଙ୍କ ସରକାର ମେ ୩୦ରେ ୫ ବର୍ଷ ପୂରା କରିଛି । ସେହିପରି ଆଉ ଗୋଟିଏ ପଟେ ଟିଡିପି ଓ ବିଜେପିର ଗଠବନ୍ଧନ ରହିଛି । ଯିଏ ଏହି ନିର୍ବାଚନରେ ବିଜୟୀ ହେବା ନେଇ ଦାବି କରୁଛି । ହେଲେ କିଏ ଜିତିବ କିଏ ହାରିବ ତାହା ଜୁନ ୪ରେ ଜଣାପଡିବ । ହେଲେ ଏହା ପୂର୍ବରୁ ସାମ୍ନାକୁ ଆସିଛି ବୁଥ ବାହୁଡା ମତ ।

Advertisment

ଆନ୍ଧ୍ରପ୍ରଦେଶରେ ସିଟର କଥା ଯଦି କହିବା ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆର ଆକଳନ ଅନୁସାରେ ବିଜେପିକୁ ୪ରୁ ୬, ଟିଡିପିକୁ ୭୮ରୁ ୯୬, ଜେଏସପିକୁ ୧୬ରୁ ୧୮, କଂଗ୍ରେସକୁ ୦ରୁ୨ ଓ ୱାଇଏସଆରସିପିକୁ ୫୫ରୁ ୭୭ ସିଟ ମିଳିବା ନେଇ ଆକଳନ କରାଯାଉଛି ।

ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ମୁତାବକ ଜଗନ ମୋହନଙ୍କ ଦଳ ୱାଇଏସଆରସିପିର ଭୋଟ ସେୟାର ସର୍ବାଧିକ । ତାଙ୍କ ଦଳକୁ ୪୪ ପ୍ରତିଶତ ଭୋଟ ମିଳୁଥିବା ବେଳେ, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ୪୨ ପ୍ରତିଶତ, ବିଜେପିକୁ ୨ ପ୍ରତିଶତ, ପବନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ୭ ପ୍ରତିଶତ ଓ କଂଗ୍ରେସକୁ ୨ ପ୍ରତିଶତ ଭୋଟ ମିଳିପାରେ । ଯଦି ଗଠବନ୍ଧନ ହିସାବରେ ଦେଖିବା ତେବେ ଏନଡିଏକୁ ୫୧ ପ୍ରତିଶତ ଭୋଟ ମିଳିପାରେ । ଏନଡିଏ ଆଲାଏନ୍ସରେ ବିଜେପି, ଟିଡିପି ଓ ଜନସେନା ମିଶି ନିର୍ବାଚନ ଲଢୁଛନ୍ତି ।