ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଆନ୍ଧ୍ର ସରକାରଙ୍କ ବଡ ପଦକ୍ଷେପ। ଶିଳ୍ପ ପ୍ରତିଷ୍ଠାନ ଓ ଘରୋଇ କମ୍ପାନୀରେ ୭୫% ସ୍ଥାନୀୟ ନିଯୁକ୍ତି ବାଧ୍ୟତାମୂଳକ

9,125

କନକ ବ୍ୟୁରୋ: ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶ ଆଣିଲା ନୂଆ ନିୟମ । ଏଣିକି ଘରୋଇ ଶିଳ୍ପ କମ୍ପାନୀ ଓ ଫ୍ୟାକ୍ଟରୀରେ ସ୍ଥାନୀୟ ଅଂଚଳରେ ୭୫ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ । ଏ ନେଇ ଗତକାଲି ଆନ୍ଧ୍ର ବିଧାନସଭାରେ ବିଲ ପାସ୍ ହୋଇଛି । ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ, ମିଳିତ ଉଦ୍ୟୋଗ, ପିପିପି ମୋଡରେ ହେଉଥିବା ଶିଳ୍ପରେ ଏହି ନିୟମ ଲାଗୁ ହେବ ।

ବିଲରେ କୁହାଯାଇଛି, ଯଦି କମ୍ପାନୀର ବିଭିନ୍ନ କାମ ପାଇଁ ଉପଯୁକ୍ତ ଦକ୍ଷତା ଥିବା କର୍ମଚାରୀ ସ୍ଥାନୀୟ ଅଂଚଳରେ ନ ମିଳନ୍ତି ତେବେ ରାଜ୍ୟ ସରକାର କିମ୍ବା ଅନ୍ୟ କମ୍ପାନୀ ସହାୟତାରେ ତାଲିମ ଦେଇପାରିବେ । ପୂର୍ବରୁ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରରେ ଏଭଳି ନିୟମ ରହିଛି । ତେବେ ଏହି ରାଜ୍ୟରେ ସଂରକ୍ଷଣ ପ୍ରତିଶତ ୭୫ ପ୍ରତିଶତରୁ କମ ରହିଛି । ଆନ୍ଧ୍ର୍ରେ ଏହା ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବଡ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି ।