ଭାରତ ରାଜନୀତି ଇତିହାସରେ ପ୍ରଥମ । ନୂଆ ଉଦାହରଣ ସୃଷ୍ଟି କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ରାଜ୍ୟରେ ରହିବେ ୫ ଜଣ ଉପମୁଖ୍ୟମନ୍ତ୍ରୀ

321

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତି ନେଇଛନ୍ତି । ୱାଇଏସଆର କଂଗ୍ରେସର ବିଧାୟକ ଦଳ ବୈଠକରେ ଏହି ଘୋଷଣା କରିଛନ୍ତି ଜଗନ ମୋହନ । କୌଣସି ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବା ଭାରତ ଇତିହାସରେ ହେବ ପ୍ରଥମ ଘଟଣା ।

ଆନ୍ଧ୍ରପ୍ରଦେଶ ସରକାର କ।।ବିନେଟରେ ୫ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ଘୋଷଣା କରିଛନ୍ତି । ୱାଇଏସଆର କଂଗ୍ରେସ ବିଧାୟକ ମହମ୍ମଦ ମୁସ୍ତଫା ସେକ୍ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଅନୁସୁଚିତ ଜାତି, ଅନୁସୁଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଜଣେ ଜଣେ ବିଧାୟକଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବ । ଶୁକ୍ରବାର ଅନୁଷ୍ଠ୍ିତ ୱାଇଏସଆର କଂଗ୍ରେସର ବିଧାୟକ ଦଳ ବୈଠକରେ ଏହା କହିଛନ୍ତି ଜଗନ ମୋହନ ।

ଦେଶରେ ପ୍ରଥମଥର ପାଇଁ କୌଣସି ରାଜ୍ୟ ସରକାରରେ ରହିବାକୁ ଯାଉଛନ୍ତି ୫ଜଣ ଉପମୁଖ୍ୟମନ୍ତ୍ରୀ । ପୂର୍ବଚୁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ସମୟରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ଶନିବାର ଜଗନମୋହନଙ୍କ ୨୫ଜଣିଆ କ୍ୟାବିନେଟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅଢେଇବର୍ଷ ପରେ କ୍ୟାବିନେଟରେ ଅଦଳବଦଳ ହେବ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଜଗନମୋହନଙ୍କ ପ୍ରଦର୍ଶନକୁ ଜନତା ଅତି ପାଖରୁ ନଜର ରଖିଛନ୍ତି । ତେଣୁ ପୂର୍ବର ସରକାର ଏବଂ ଏବେକାର ସରକାର ମଧ୍ୟରେ ରହିଥିବା ଅନ୍ତରକୁ ଜନତାଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜଗନମୋହନ । ତେଣୁ ଲୋକଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ଦଳୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ ମୋହନ ।