ଦୁଷ୍କର୍ମକାରୀଙ୍କୁ ନିସ୍ତାର ନାହିଁ । ମାତ୍ର ୩ ସପ୍ତାହ ମଧ୍ୟରେ ଦିଆଯିବ ଫାଶୀ ଦଣ୍ଡାଦେଶ, ଆନ୍ଧ୍ର ସରକାର ଆଣିଲେ ନୂଆ ଆଇନ ।

1,527

ଦୁଷ୍କର୍ମକାରୀଙ୍କୁ ମିଳିବନି ତ୍ରାହି । ମାତ୍ର ୩ ସପ୍ତାହ ମଧ୍ୟରେ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ ଦଣ୍ଡାଦେଶ । ବର୍ଷ ବର୍ଷ ଧରି ଶୁଣାଣି କରିବା ବଦଳରେ ମାତ୍ର ୨୧ ଦିନ ମଧ୍ୟରେ ଦିଆଯିବ ଫାଶୀ ଦଣ୍ଡାଦେଶ । ଏଭଳି ଏକ ବିଲରେ ମୋହର ମାରିଛନ୍ତି ଆନ୍ଧ୍ର ସରକାର । ଦୁଷ୍କର୍ମକାରୀଙ୍କୁ ସାବାଡ କରିବାକୁ ଜଗନମୋହନ ସରକାର ‘ଆନ୍ଧ୍ରପ୍ରଦେଶ ଦିଶା ଆକ୍ଟ ୨୦୧୯’ ଆଇନ ଆଣିଛନ୍ତି । ଏହି ନୂଆ ଆଇନ ଅନୁଯାୟୀ ଦୁଷ୍କର୍ମ ଘଟଣାର ମାତ୍ର ୩ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି ଶେଷ ହେବା ସହ ଦଣ୍ଡାଦେଶ ଦିଆଯିବ ।

ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ହାଇଦ୍ରାବାଦ ଯୁବତୀଙ୍କ ଉଦ୍ଦେଶ୍ୟରେ ଆନ୍ଧ୍ର ସରକାର ଏହି ନୂଆ ଆଇନ ପାରିତ କରିଛନ୍ତି । ଆନ୍ଧ୍ରପ୍ରଦେଶ ଦିଶା ଆକ୍ଟ ୨୦୧୯ ପାରିତ ହେବା ପରେ ଏହାକୁ ଐତିହାସିକ ଓ ବୈପ୍ଲବିକ ଆଇନ ବୋଲି ୱାଇଏସଆର କଂଗ୍ରେସ ପକ୍ଷରୁ କୁହାଯାଇଛି ।

ସବୁଠୁ ବଡ କଥା ହେଲା, ନୂଆ ଆଇନରେ ମାତ୍ର ୧୪ ଦିନ ମଧ୍ୟରେ ତଦନ୍ତ ଶେଷ କରାଯିବ । ସେହିଭଳି ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାକୁ ବଡ ପଦକ୍ଷେପ ନେଇଛନ୍ତି ଆନ୍ଧ୍ର ସରକାର । ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ମାମଲାର ଶୁଣାଣି ପାଇଁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଅଦାଲତ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।