ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିରାଧ । କହିଲେ, ଏହି ନିଷ୍ପତି ବାବରର ମହିମା ବଢ଼ାଇବା ସହ ଆତଙ୍କବାଦ ଏବଂ ଦେଶ ବିଭାଜନକୁ ଅଧିକ ପ୍ରୋତ୍ସାହନ କରିବ, ସରକାର ନିଷ୍ପତିର କରନ୍ତୁ ପୁର୍ନବିଚାର ।

554

କନକ ବ୍ୟୁରୋ: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉସୁକାଉଛନ୍ତି ବୋଲି ରୋକଠୋକ୍ କହିଛନ୍ତି ଶଙ୍କରାଚାର୍ଯ୍ୟ ।

ସେହିପରି ମାନବ ଜାତି ଉପରେ ଅରାଜକତା ଏବଂ ଦମନଲୀଳା ପାଇଁ ବାବର ବିଶ୍ୱ ସମୁଦାୟ ପାଇଁ ଆତଙ୍କବାଦୀ । ହେଲେ ବାବରକୁ ସମ୍ମାନ ଦେଇ ମସିଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ଏକ ବିଭାଜନ ସୃଷ୍ଟି କରିବ । କାରଣ ଅଯୋଧ୍ୟାରେ ଯେଉଁ ସ୍ଥିତି ତାହା ଆଗକୁ ମଥୁରା ଓ ବାରଣାସୀରେ ବି ସୃଷ୍ଟି ହେବ । ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେବା ସହ ମସଜିଦ ନିର୍ମାଣ ଲାଗି କହିଛନ୍ତି । ଏଥିପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇଦିଆଯିବ । ଗତକାଲି ସରକାର କୋର୍ଟ ନିର୍ଦ୍ଦେଶ ଅନୁସାରେ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି । ଏଥିରେ ୧୫ ଜଣ ସଦସ୍ୟ ଅଛନ୍ତି ।