କନକ ବ୍ୟୁରୋ: ତୁଳସୀ ପୀଠାଧିଶ୍ୱର ରାମଭଦ୍ରାଚାର୍ଯ୍ୟ ପୁଣିଥରେ ଶ୍ରୀରାମଚରିତମାନସକୁ ରାଷ୍ଟ୍ରିୟ ଗ୍ରନ୍ଥ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି । ଏହାସହ ପ୍ରଚଳିତ ହନୁମାନଚାଳିଶାରେ ଭୁଲ ଲେଖାଯାଇଛି ଏବଂ ଲୋକେ ମଧ୍ୟ ଏହାକୁ ଭୁଲ ଭାବେ ପାଠ କରୁଛନ୍ତି ବୋଲି କହିଛନ୍ତି । ଚାଳିଶାର କିଛି ଚୌପାଇରେ ଭୁଲ ଲେଖାଯାଇଛି ଯାହାକୁ ତୁରନ୍ତ ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି ଶ୍ରୀରାମଭଦ୍ରାଚାର୍ଯ୍ୟ

Advertisment

ହନୁମାନଚାଳିଶାର ୪ଟି ସ୍ଥାନରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି ଜଗତଗୁରୁ ତଥା ଶ୍ରୀରାମଙ୍କ ଭକ୍ତ ଶ୍ରୀରାମଭଦ୍ରାଚାର୍ଯ୍ୟ । ତାଙ୍କ କହିବା ଅନୁସାରେ ହନୁମାନଚାଳିଶାର ଗୋଟିଏ ଚୌପାଇରେ ଅଛି: ‘ଶଙ୍କର ସୁମନ କେଶରୀ ନନ୍ଦନ...’ କିନ୍ତୁ ଏହା ଭୁଲ ଏହା ପ୍ରକୃତରେ ‘ଶଙ୍କର ସ୍ୱୟଂ କେଶରୀ ନନ୍ଦନ’ ବୋଲି ପାଠ କରାଯିବା ଉଚିତ ।

୨୭ତମ ଚୌପାଇରେ ଲେଖାଯାଇଛି ‘ସବ ପର ରାମ ତପସ୍ୱୀ ରାଜା’ କିନ୍ତୁ ଏହା ଭୁଲ । ପ୍ରକୃତରେ ଏହା ହେଉଛି ‘ସବ ପର ରାମ ରାଜ ଫିର ତାଜା’ । ସେହିପରି ୩୨ ତମ ଚୌପାଇରେ ଲେଖାଯାଇଛି ‘ରାମ ରସାୟନ ତୁମ†ରେ ପାସା, ସଦା ରହୋ ରଘୁବର କେ ଦାସା’ । ଏଥିରେ ମଧ୍ୟ ତ୍ରୁଟି ରହିଛି ଏହା ହେବା ଉଚିତ ‘ସାଦର ରହୋ ରଘୁପତି କେ ଦାସା’ ।

ଏହାପରେ ୩୮ ତମ ଚୌପାଇରେ ମଧ୍ୟ ତ୍ରୁଟି ରହିଛି । ଲେଖାଯାଇଛି ‘ଜୋ ସତବାର ପାଠ କର କୋଇ’ କିନ୍ତୁ ହେବା ଉଚିତ ‘ୟହ ସତ ବାର ପାଠ କର ଜୋହି’

ଏହାପରେ ଲୋକସଭା ନିର୍ବାଚନ ୨୦୨୪କୁ ନେଇ କହିଛନ୍ତି ଯେ, ‘୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାର ପୁଣି ଆସିବେ । ଏବଂ ସବୁ ସନ୍ଥ ମିଶି ରାମଚରିତମାନସକୁ ରାଷ୍ଟ୍ରିୟ ଗ୍ରନ୍ଥ ଭାବେ ଘୋଷଣା କରିବେ । ସବୁ ସନ୍ଥ ମିଶି ଏହି ପ୍ରସ୍ତାବକୁ ଉଭୟ ଗୃହରେ ଅନୁମୋଦ କରାଇବାକୁ ସରକାରଙ୍କ ଉପରେ ଚାପ ପକାଇବେବୋଲି କହିଛନ୍ତି ଶ୍ରୀରାମଭଦ୍ରାଚାର୍ଯ୍ୟ ।