ଦ୍ୱିତୀୟଥର ଜଗଦାନନ୍ଦଙ୍କ ଉପରେ ଭରସା କଲେ ଲାଲୁ ଯାଦବ, ପାର୍ଟିର ଅଧ୍ୟକ୍ଷ ଭାବେ ଦେଲେ ନିଯୁକ୍ତି

166

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଭାବେ ଦ୍ୱିତୀୟଥର ପାଇଁ ଜଗଦାନନ୍ଦ ସିଂଙ୍କୁ ଦାୟିତ୍ୱ ମିଳିଛି । ବିହାର ସରକାରରେ ମୁଖ୍ୟ ଅଂଶିଦାର ଥିବା ଆରଜେଡିର ଏବେ ସାଂଗଠନିକ ନିର୍ବାଚନ ଚାଲିଛି । ଏହି କ୍ରମରେ ସୋମବାର ଦିନ ଆରଜେଡି କାର୍ଯ୍ୟାଳୟରେ ବର୍ତମାନ ପ୍ରଦେଶ ଅଧ୍ୟକ୍ଷ ଥିବା ଜଗଦାନନ୍ଦ ସିଂଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ଦ୍ୱିତୀୟଥର ପାଇଁ ନାମାଙ୍କନ ଭରିଥିଲେ । ଯାହାର ପ୍ରସ୍ତାବକ ନିଜେ ତେଜସ୍ୱୀ ଯାଦବ ଥିଲେ ।

ସେପଟେ ଦଳର ଅଧ୍ୟକ୍ଷ ପଦ ପାଇଁ ଜଗଦାନନ୍ଦଙ୍କ ବିରୋଧରେ କେହି ନାମାଙ୍କନ ଭରି ନଥିଲେ । ଏହି କାରଣରୁ ଜଗଦାନନ୍ଦ ଦ୍ୱିତୀୟଥର ପାଇଁ ନିଦ୍ୱନ୍ଦରେ ପୁଣି ଦଳର ପ୍ରଦେଶ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏନେଇ ମଙ୍ଗଳାବାର ଦିନ ଔପଚାରିକ ଭାବେ ଘୋଷଣା କରାଯାଇଛି ।

ଜଗଦାନନ୍ଦଙ୍କ ବାବଦରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କି, ସେ ଦଳର ଜଣେ ବରିଷ୍ଠ ନେତା । ସେ ସମାଜବାଦୀ ବିଚାରଧାରରେ ବିଶ୍ୱାସ କରନ୍ତି ଓ ତାଙ୍କ ପାଇଁ ରାଜ୍ୟରେ ଦଳ ମଜବୁତ ହୋଇଥିବା କଥା ସେ କହିଥିଲେ । ଏହାସହ ୨୦୨୦ ରେ ଦଳ ଯେଭଳି ଭାବେ ଭଲ ପ୍ରଦର୍ଶନ କଲା ତାର ଶ୍ରେୟ ତେଜସ୍ୱୀ ଜଗଦାନନ୍ଦ ସିଂଙ୍କୁ ଦେଇଛନ୍ତି ।